ଅହମ୍ମଦାବାଦ: ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଆଇପିଏଲ ୨୦୨୬ର ୨୫ତମ ମ୍ୟାଚ୍ କୋଲକାତା ନାଇଟ୍ ରାଇଡର୍ସ ଓ ଗୁଜରାଟ ଟାଇଟନ୍ସ ମଧ୍ୟରେ ଖେଳା ଯାଉଛି । ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା କୋଲକାତା ୧୮୦ ରନ କରିବାକୁ ସକ୍ଷମ ହୋଇଛି । ଏକଦା ୧୪.୫ ଓଭରରେ ୪ ୱିକେଟ୍ ହରାଇ ୧୪୭ ରନ କରିଥିବା କୋଲକାତା ନିମ୍ନ କ୍ରମରେ ବେପରୁଆ ପ୍ରଦର୍ଶନ କରିବାରୁ ୨୦୦ ରନ ବି କରି ପାରି ନାହିଁ । କ୍ୟାମେରୁନ ଗ୍ରୀନ ୮୦ ରନ କରିବାରୁ କେକେଆର ଏହି ସ୍କୋରରେ ପହଞ୍ଚି ପାରିଛି ।
ଗତ ମ୍ୟାଚ୍ ପରି ଆଜି ମଧ୍ୟ କେକେଆର ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟ ଘଟିଥିଲା । ଅଧିନାୟକ ଆଜିଙ୍କ୍ୟ ରାହାଣେ ଖାତା ବି ଖୋଲି ପାରି ନ ଥିଲେ । ଅଙ୍ଗକୃଷ ରଘୁବଂଶୀ ୮ ରନ ଓ ଚଳିତ ସିଜିନରେ ପ୍ରଥମ ମ୍ୟାଚ୍ ଖେଳୁଥିବା ଟିମ୍ ସେଇଫର୍ଟ ୧୯ ରନ କରିଥି୍େଲ । ରୋଭମ୍ୟାନ ପାୱେଲ ୨୭ ରନ କରିଥିଲେ ମଧ୍ୟ ଇନିଂସ ଖେଳି ପାରି ନ ଥିଲେ । ଏହା ପରେ ଖରାପ ଫର୍ମ ଦେଇ ଗତି କରୁଥିବା କ୍ୟାମେରୁନ ଗ୍ରୀନ ଆଜି ଫର୍ମରେ ନଜର ଆସିଥିଲେ । ସେ ଗୋଟିଏ ପଟୁ ମୋର୍ଚ୍ଚା ସମ୍ଭାଳି ଅର୍ଦ୍ଧଶତକ ହାସଲ କରିଥିଲେ । ହେଲେ ଅନ୍ୟ ପଟୁ କେହି ସହାୟତା କରି ପାରି ନ ଥିଲେ ।
ଏକଦା ୧୪.୫ ଓଭରରେ ୪ ୱିକେଟ୍ ହରାଇ ୧୪୭ ରନ କରିଥିବା କୋଲକାତା ନିମ୍ନ କ୍ରମରେ ବ୍ୟାଟିଂ ବିପର୍ଯ୍ୟୟ ଭୋଗିଥିଲା । ଶେଷ ୩୧ ବଲରେ ଦଳ ମାତ୍ର ୩୩ ରନ କରି ବାକି ୬ ୱିକେଟ୍ ହରାଇଥିଲା । ଯେଉଁଠି ଦଳ ୨୦୦ରୁ ଉର୍ଦ୍ଧ୍ୱ ସ୍କୋର କରିବାର ଥିଲା, ସେଠି ଦଳ ୧୮୦ ରନ କରି ପାରିଛି । ଗ୍ରୀନ ୫୫ ବଲରୁ ୭ ଚୌକା ଓ ୪ ଛକା ସହ ୭୯ ରନ କରିଥିଲେ । ଗୁଜରାଟ ବୋଲର ଶେଷ ୫ ଓଭରରେ ଘାତକ ବୋଲିଂ କରି କେକେଆରକୁ ବଡ ସ୍କୋର କରିବାକୁ ଦେଇ ନାହାନ୍ତି । ବୋଲିଂରେ ଗୁଜରାଟ ପକ୍ଷରୁ କାଗିସୋ ରାବଡା ୨୯ ରନ ଦେଇ ୩ଟି ୱିକେଟ ନେଇଥିଲେ । ମହମ୍ମଦ ସିରାଜ ଓ ଅଶୋକ ଶର୍ମା ପ୍ରତ୍ୟେକ ୨ଟି ଲେଖାଏଁ ୱିକେଟ ନେଇଛନ୍ତି ।