୨୦୨୫ ରେ ମୁକ୍ତିଲାଭ କରିଥିବା ଓଡ଼ିଆ ସିନେମା ବୋଉ ବୁଟୁ ଭୁତ ଦର୍ଶକଙ୍କୁ ବେଶ ପସନ୍ଦ ଆସିଥିଲା । ସିନେମା ଲୋକଙ୍କୁ ଏତେ ପସନ୍ଦ ଆସିଥିଲା ଯେ, ପାଖାପାଖି ୨୦ କୋଟି ଟଙ୍କା ରୋଜଗାର କରିଥିଲା ଏହି ଚଳଚିତ୍ର । ନିକଟରେ ଇଣ୍ଡିଆନ ନ୍ୟାସନାଲ ସିନେ ଏକାଡେମୀ ଅର୍ଥାତ 'ଇନକା' ଆୱାର୍ଡ ରେ ଏହି ଓଡ଼ିଆ ଚଳଚିତ୍ରକୁ ଶ୍ରେଷ୍ଠ ଓଡ଼ିଆ ସିନେମାର ଆୱାର୍ଡ ମିଳିଛି । ଏହା ସହ ବାବୁସାନଙ୍କୁ ଶ୍ରେଷ୍ଠ ଅଭିନେତା, ଓ ଅର୍ଚ୍ଚିତାଙ୍କୁ ଶ୍ରେଷ୍ଠ ଅଭିନେତ୍ରୀର ଆୱାର୍ଡ ବୋଉ ବୁଟୁ ଭୁତ ପାଇଁ ମିଳିଛି। ତେବେ ଏହି ଓଡ଼ିଆ ଚଳଚିତ୍ର ହିନ୍ଦୀ ରିମେକ ହେବା ନେଇ ଶୁଣିବାକୁ ମିଳୁଥିଲା । ତେବେ ଏହା କେତେ ସତ କେତେ ମିଛ ସେ ନେଇ ସ୍ପଷ୍ଟତା ଆଣିଛନ୍ତି ବାବୁସାନ ।
'ଇନକା' ଆୱାର୍ଡ ରୁ ଫେରିବା ପରେ ବାବୁସାନ ଏକ ଘରୋଇ ଚ୍ୟାନେଲରେ ସାକ୍ଷାତକାର ଦେଇଥିଲେ । ବୋଉ ବୁଟୁ ଭୁତ ହିନ୍ଦୀରେ ନିର୍ମାଣ କରାଯିବା କଥା ଗୁଜବ ନା ଏଥିରେ କୌଣସି ବାସ୍ତବତା ଅଛି ପ୍ରଶ୍ନର ଉତ୍ତର ରଖିଥିଲେ ବାବୁସାନ ଓ କହିଥିଲେ "କିଛି ବଲିଉଡ ପ୍ରଯୋଜକଙ୍କ ସହ ଆଲୋଚନା କରୁଛନ୍ତି ତାଙ୍କ ଚଳଚିତ୍ରର କାର୍ଯ୍ୟନିର୍ବାହୀ ପ୍ରଯୋଜକ ସମ୍ବିତ ଜେନା ଓ ଖୁବ ଶୀଘ୍ର 'ବୋଉ ବୁଟୁ ଭୁତ' ବଲିଉଡରେ ପୁନଃନିର୍ମାଣ କରାଯିବ।" ତେବେ ତାରିଖ ସ୍ପଷ୍ଟ କରିନଥିଲେ ମଧ୍ୟ ଖୁବ ଶୀଘ୍ର ଚଳଚିତ୍ର ନିର୍ମାଣ କରାଯିବ ବୋଲି ବାବୁସାନ କହିଛନ୍ତି ।
'ଇନକା' ଆୱାର୍ଡ ରେ ବାବୁସାନଙ୍କ ଅନୁଭୂତି
ବାବୁସାନ କହିଥିଲେ କି ସେ ସେଠାକୁ ଯାଇ ବେଶ ଖୁସି ଅନୁଭବ କରିଥିଲେ ଓ ବିଶେଷ କରି ଅଭିଜ୍ଞ କଳାକାରଙ୍କ ସହ ସମୟ ଅତିବାହିତ କରି ଅନେକ କିଛି ଶିଖିବାକୁ ପାଇଛନ୍ତି । ବୋଉ ବୁଟୁ ଭୁତ କୁ ଆୱାର୍ଡ ମିଳିବା ପରେ ବର୍ତ୍ତମାନ ଆହୁରି ଭଲ ଚଳଚିତ୍ର ନିର୍ମାଣ କରିବା ପାଇଁ ବାବୁସାନ ପ୍ରତିକ୍ରିୟା ରଖିଛନ୍ତି । ବାବୁସାନ କହିଥିଲେ କି ଓଡିଶାବାସୀ ତାଙ୍କୁ ବହୁତ ଭଲ ପାଇବା ଦେଇଛନ୍ତି ଓ ଏ ଆୱାର୍ଡ କେବଳ 'ବୋଉ ବୁଟୁ ଭୁତ' ପାଇଁ ନୁହେଁ ବରଂ ସବୁ ଓଡ଼ିଆଙ୍କର ଓ ସମଗ୍ର ଓଲିଉଡ଼ ଇଣ୍ଡ୍ରଷ୍ଟିର ।