ନୂଆଦିଲ୍ଲୀ: ବଲିଉଡ୍ ଗାୟକ ଜୁବିନ ନୌଟିୟାଲଙ୍କ ଘରେ ବାଜିଛି ସାହାନାଇ । ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଜୁବିନ । ଉତ୍ତରାଖଣ୍ଡରେ ନିଜ ପାରିବାରିକ ବନ୍ଧୁଙ୍କ ଗହଣରେ ଜୁବିନ ତାଙ୍କର ପିଲା ଦିନର ସାଥୀଙ୍କ ହାତ ଧରିଛନ୍ତି ।
ବିଭିନ୍ନ ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁସାରେ, ଜୁବିନଙ୍କ ବିବାହ ଉତ୍ସବରେ କେବଳ ପରିବାର ସଦସ୍ୟ ଏବଂ ନିକଟ ସମ୍ପର୍କୀୟ ଯୋଗ ଦେଇଛନ୍ତି । ତେବେ ଏ ନେଇ ଜୁବିନଙ୍କ ପକ୍ଷରୁ କୌଣସି ଆନୁଷ୍ଠାନିକ ଘୋଷଣା କରାଯାଇ ନାହିଁ ।
ଜୁବିନ ବଲିଉଡ଼ରେ ଏକ ଜଣାଶୁଣା ଗାୟକ ହୋଇସାରଛନ୍ତି । ସେ ଏବେ ପର୍ୟ୍ୟନ୍ତ ପ୍ରାୟ ୨୦୦ ଗୀତରେ କଣ୍ଠଦାନ କରିସାରିଲେଣି । ୨୦୧୪ରେ ସେ ପ୍ରଥମ ଥର ପାଇଁ ବଲିଉଡରେ ଗୀତ ଗାଇଥିଲେ । ସୋନାଲୀ କେବଲ୍ ସିନେମାରେ ସେ ପ୍ରଥମେ ଗୀତ ଗାଇଛନ୍ତି । ଏହାପରେ ସଲମାନ ଖାନଙ୍କ ‘ବଜରଙ୍ଗୀ ଭାଇଜାନ’ ‘ଜିନ୍ଦେଗି କୁଚ୍ଛ୍ ତୋ ବତା’, ହ୍ରିତିକ୍ ରୋଶନଙ୍କ ‘କାବିଲ’, ରାତା ଲମ୍ବିୟାଁ (ଶେରଶାହ) ଓ ବରବାଦ୍ (ସେୟାଁରା) ପାଇଁ କଣ୍ଠଦାନ କରିଛନ୍ତି । ନିକଟରେ ମୁକ୍ତିଲାଭ କରିଥିବା ସୁପରହିଟ୍ ସିନେମା ‘ଧୁରନ୍ଧର’ରେ ମଧ୍ୟ ‘ଆଖିର୍ ଇସ୍କ’ ଗାଇ ବେଶ ଚର୍ଚ୍ଚାରେ ରହିଛନ୍ତି ।