ନୂଆଦିଲ୍ଲୀ: ହର୍ମୁଜରେ ଆମେରିକାର ଅବରୋଧ ମଧ୍ୟରେ ରାଷ୍ଟ୍ରପତି ଟ୍ରମ୍ପ ଇରାନ ପ୍ରତି ଆଭିମୁଖ୍ୟ ନରମ କରୁଥିବା ସଙ୍କେତ ଦେଇଛନ୍ତି। ପାକିସ୍ତାନରେ ଦୁଇ ଦେଶ ମଧ୍ୟରେ ପୁଣି ଥରେ ବୈଠକ ହେବା ନେଇ ଖବର ମଧ୍ୟ ସାମ୍ନାକୁ ଆସିଛି। ୱାଶିଂଟନ ଏବଂ ତେହେରାନ ଯୁଦ୍ଧବିରତିକୁ ଆଉ ଦୁଇ ସପ୍ତାହ ପାଇଁ ବୃଦ୍ଧି କରିବାକୁ ସହମତି ଥିବା କୁହାଯାଉଛି। ଉଲ୍ଲେଖନୀୟ ହର୍ମୁଜ ପ୍ରଣାଳୀ ଏବଂ ପରମାଣୁ ଅସ୍ତ୍ର ଏହି ଦୁଇଟି ପ୍ରସଙ୍ଗ ଦୁଇ ଦେଶ ମଧ୍ୟରେ ଉତ୍ତେଜନାକୁ ବୃଦ୍ଧି କରିଥିଲା। କିନ୍ତୁ ସଦ୍ୟତମ ଖବର ସାରା ଦୁନିଆ ପାଇଁ ଆଶ୍ଵସ୍ତିକର ଆଣିପାରେ ବୋଲି ଆଶା କରାଯାଉଛି।
ଇସଲାମାବାଦରେ ଶାନ୍ତି ଆଲୋଚନ ଫେଲ୍, ପିଏମ ମୋଦୀଙ୍କୁ ଫୋନ କଲେ ରାଷ୍ଟ୍ରପତି ଟ୍ରମ୍ପ
ଏପି ସମ୍ବାଦ ସରବରାହ ସଂସ୍ଥାର ରିପୋର୍ଟ ଅନୁଯାୟୀ, ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତିର ଅବଧି ବୃଦ୍ଧି ସମ୍ପର୍କରେ ଏକ ସକରାତ୍ମକ ଖବର ରହିଛି। ମଧ୍ୟସ୍ଥତାକାରୀଙ୍କ ପ୍ରୟାସରେ ଅଗ୍ରଗତି ହୋଇଛି, ଆଶା କରାଯାଉଛି ଯେ ଦୁଇ ବିରୋଧୀ ପକ୍ଷ ଖୁବ୍ ଶୀଘ୍ର ଦ୍ଵିତୀୟ ଥର ଶାନ୍ତି ଆଲୋଚନା ପାଇଁ ବୈଠକ କରିବେ।
ଆମେରିକା ଏବଂ ଇରାନ ମଧ୍ୟ ଯୁଦ୍ଧବିରତିର ଅବଧି ବଢାଇବା ପାଇଁ ରାଜି ହୋଇଛନ୍ତି। ଯଦି ଦୁଇ ଦେଶ ମଧ୍ୟରେ ଆଲୋଚନା ପୁଣି ଥରେ ଆରମ୍ଭ ହୁଏ, ତେବେ ତିନୋଟି ପ୍ରସଙ୍ଗର ସମାଧାନ ଉପରେ ଗୁରୁତ୍ଵ ଦିଆଯାଇପାରେ। ପ୍ରଥମଟି ହେଉଛି ପରମାଣୁ କାର୍ଯ୍ୟକ୍ରମ, ଦ୍ଵିତୀୟ ହେଉଛି ହର୍ମୁଜ ପ୍ରଣାଳୀ ସହିତ ଜଡିତ ଏବଂ ତୃତୀୟଟି ହେଉଛି ଇରାନକୁ ମିଳିବାକୁ ଥିବା କ୍ଷତିପୂରଣ।
ଶାନ୍ତି ବୈଠକ କରାଉଥିବା ପାକିସ୍ତାନକୁ ଆମେରିକା ଦେଲା ଝଟକା, ହର୍ମୁଜରୁ ଫେରାଇ ଦେଲା ୨ ଜାହାଜ
ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ମଙ୍ଗଳବାର କହିଥିଲେ ଯେ ଇରାନ ସହିତ ଯୁଦ୍ଧ ଶେଷ ହେବାକୁ ଯାଉଛି। ସେ ଏହା ମଧ୍ୟ ଦାବି କରିଥିଲେ ଯେ ଯଦି ଇରାନ ଆଲୋଚନାରୁ ଓହରେ ତେବେ ଉକ୍ତ ଦେଶକୁ ପୁନଃନିର୍ମାଣ କରିବାକୁ ୨୦ ବର୍ଷ ଲାଗିବ। ଆମେରିକାର କେନ୍ଦ୍ରୀୟ କମାଣ୍ଡ ପକ୍ଷରୁ କୁହାଯାଇଥିଲା ଯେ ଅବରୋଧର ପ୍ରଥମ ୨୪ ଘଣ୍ଟା ମଧ୍ୟରେ ଇରାନର ବନ୍ଦର ଏବଂ ଉପକୂଳ ଅଞ୍ଚଳକୁ ସମସ୍ତ ଯାତାୟାତକୁ ସଫଳତାର ସହ ବନ୍ଦ କରାଯାଇଛି।