ଚେନ୍ନାଇ ସୁପର କିଙ୍ଗସ ୧୪ ଏପ୍ରିଲ ମଙ୍ଗଳବାର ରାତିରେ କୋଲକାତା ନାଇଟ୍ ରାଇଡର୍ସ ବିପକ୍ଷରେ ନିଜର ଦ୍ଵିତୀୟ ବିଜୟ ହାସଲ କରିଛି । ଲଗାତାର ୩ ଟି ମ୍ୟାଚରେ ପରାଜୟ ପରେ କମ-ବ୍ୟାକ୍ କରିଛି ସିଏସକେ । ଏହି ବିଜୟ ସହ ସିଏସକେ ପଏଣ୍ଟ ଟେବୁଲର ଅଷ୍ଟମ ସ୍ଥାନରେ ପହଞ୍ଚିଛି । ଅନ୍ୟପଟେ କୋଲକାତାକୁ ଲଗାତାର ଭାବେ ପରାଜୟର ସାମ୍ନା କରିବାକୁ ପଡିଛି । ପରାଜୟ ପରେ କୋଲକାତାର ଅଧିନାୟକ ରାହାଣେଙ୍କ ଉପରେ ବିସିସିଆଇ ବଡ ଜୋରିମାନା ଲଗାଇଛି ।
କିଛି ବର୍ଷ ହେବ ବିସିସିଆଇ ଖେଳକୁ ସଠିକ ସମୟରେ ପରିଚାଳନା କରିବା ପାଇଁ ପ୍ରତ୍ୟେକ ଇନିଂସକୁ ଏକ ନିର୍ଧାରିତ ସମୟ ସୀମା ମଧ୍ୟରେ ଶେଷ କରିବା ପାଇଁ ନିର୍ଦ୍ଦେଶ ଦେଇଛି । ବିଶେଷ କରି ବୋଲିଂ କରୁଥିବା ଦଳ ଉପରେ ଏହି ନିୟମ ଲାଗୁ କରାଯାଏ । ଯଦି କୌଣସି ଦଳ ନିର୍ଧାରିତ ସମୟ ମଧ୍ୟରେ ୨୦ ଓଭରର ବୋଲିଂ ଅର୍ଥାତ ଇନିଂସ ଶେଷ ନକରେ ତେବେ ସେହି ଦଳ ଉପରେ ପ୍ରଥମେ ଫିଲଡିଂରେ ପ୍ରତିବନ୍ଧକ ଲାଗୁ କରାଯାଏ ଓ ପରେ ଅଧିକ ସମୟ ନଷ୍ଟ କଲେ ଜରିମାନା ଲଗାଯାଏ।
ଏହି ନିୟମ ଅନୁଯାୟୀ କେକେଆରର ଅଧିନାୟକ ରାହାଣେଙ୍କୁ ବିସିସିଆଇ ଦଣ୍ଡ ଦେଇଛି । ସ୍ଲୋ ଓଭର-ରେଟ୍ ପାଇଁ ତାଙ୍କ ଉପରେ ୧୨ ଲକ୍ଷ ଟଙ୍କା ଜରିମାନା ଲଗାଇଛି ବିସିସିଆଇ। ଚଳିତ ସିଜିନରେ ରାହାଣେ ଚତୁର୍ଥ ଅଧିନାୟକ ଯାହାଙ୍କୁ ବିସିସିଆଇ ସ୍ଲୋ ଓଭର-ରେଟ୍ ପାଇଁ ଦଣ୍ଡିତ କରିଛି । ଶ୍ରେୟସ ଆୟର ପ୍ରଥମ ଅଧିନାୟକ ଥିଲେ ଯାହାଙ୍କୁ ଏହି ସିଜିନରେ ପ୍ରଥମେ ଫାଇନ ପଡିଥିଲା । ଗୁଜୁରାଟ ବିପକ୍ଷ ମ୍ୟାଚରେ ତାଙ୍କୁ ୧୨ ଲକ୍ଷ ଟଙ୍କା ଜରିମାନା ଲାଗିଥିଲା ଓ ପରବର୍ତ୍ତୀ ମ୍ୟାଚରେ ଏହି ସ୍ଲୋ ଓଭର-ରେଟ୍ ପୁନରାବୃତ୍ତି ପାଇଁ ତାଙ୍କୁ ୨୪ ଲକ୍ଷ ଟଙ୍କା ଜରିମାନା କରାଯାଇଥିଲା । ଶୁଭମନ ଗିଲ ଓ ଋତୁରାଜ ଗାୟକୱାଡଙ୍କୁ ମଧ୍ୟ ସ୍ଲୋ ଓଭର-ରେଟ୍ ପାଇଁ ଜଣ୍ଡିତ କରାଯାଇଛି ।