ବେଙ୍ଗାଲୁରୁ: କିଛି ଦିନର ବ୍ୟବଧାନ ପରେ ଆଜିଠୁ ପୁଣି ଆରମ୍ଭ ହେବାକୁ ଯାଉଛି ଆଇପିଏଲ । ବେଙ୍ଗାଲୁରୁରେ RCB-KKR ମଧ୍ୟରେ ଆଜି ରହିଛି ମୁକାବିଲା । ଅପରେସନ୍ ସିନ୍ଦୂର ପାଇଁ ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ଯୋଗୁଁ ସପ୍ତାହକ ପାଇଁ ସ୍ଥଗିତ ହୋଇଥିଲା ଟୁର୍ଣ୍ଣାମେଣ୍ଟ । ଏବେ ପୁଣିଥରେ ଫଟାଫଟ କ୍ରିକେଟ୍ର ରୋମାଞ୍ଚ ଫେରିଛି । ନୂଆ ସିଡ୍ୟୁଲ୍ ରେ ଖେଳାଯାଉଛି ଅବଶିଷ୍ଠ ମ୍ୟାଚ୍ । ୬ଟି ଭେନ୍ୟୁରେ ବାକିଥିବା ୧୬ଟି ମ୍ୟାଚ୍ ଖେଳାଯିବ । ଜୁନ୍ ୩ରେ ଫାଇନାଲ ମୁକାବିଲା ଖେଳାଯିବ । ମେ ୨୯ରେ କ୍ବାଲିଫାୟର-୧, ମେ ୩୦ରେ ଏଲିମିନେଟର ଓ ଜୁନ୍ ୧ରେ କ୍ବାଲିଫାୟର-୨ ମ୍ୟାଚ୍ ଖେଳାଯିବ । ତେବେ ପ୍ଲେ-ଅଫ୍ ମ୍ୟାଚ୍ ଗୁଡିକ ପାଇଁ ଭେନ୍ୟୁ ଏଯାଏଁ ସ୍ଥିର କରିନି ବିସିସିଆଇ ।
ଆଜିର ମାର୍ଚ୍ଚ ବେଙ୍ଗାଲୁରରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ଖେଳାଯିବାକୁ ଅଛି। RCB-KKR ମଧ୍ୟରେ ମ୍ୟାଚ୍ ଆଜି ସନ୍ଧ୍ୟା ୭:୩୦ ସମୟରେ ଖେଳାଯିବ। ଯାହାକୁ ଉଭୟ ଦଳ ପ୍ଲେଅଫ୍ ପାଇଁ ଜିତିବାକୁ ଚାହିଁବେ। ସେହିଭଳି ଶେଷ ଲିଗ୍ ମ୍ୟାଚ୍ ଲକ୍ଷ୍ନୌ ଓ ବାଙ୍ଗାଲୋର ମଧ୍ୟରେ ଖେଳାଯିବ ।
ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବନାମ କୋଲକାତା ନାଇଟ୍ ରାଇଡର୍ସ ମୁହାଁମୁହିଁ:
ଆଇପିଏଲରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ କୋଲକାତା ନାଇଟ୍ ରାଇଡର୍ସ (ଆରସିବି ବନାମ କେକେଆର) ୩୫ ଥର ପରସ୍ପରର ସାମ୍ନା କରିଛନ୍ତି। ଯେଉଁଥିରେ କୋଲକାତା ପ୍ରାଧାନ୍ୟ ବିସ୍ତାର କରିଛି। କାରଣ କୋଲକାତା ନାଇଟ୍ ରାଇଡର୍ସ ବାଙ୍ଗାଲୋର ବିପକ୍ଷରେ ୨୦ଟି ମ୍ୟାଚ୍ ଜିତିଛି। ଯେତେବେଳେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର କୋଲକାତା ବିପକ୍ଷରେ ୧୫ଟି ମ୍ୟାଚ୍ ଜିତିଛି।