ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ସିରିଜ ଭାରତ ହାରିସାରିଥିଲେ ମଧ୍ୟ କ୍ଲିନ୍ ସୁଇପ୍ ରୁ ବଞ୍ଚିବା ପାଇଁ ଚେଷ୍ଟା କରିବ । ପ୍ରଥମ ୩ ଟି ମ୍ୟାଚରେ ପରାଜୟ ପରେ ଆଜିର ମ୍ୟାଚ ଜିତିବା ସହ ଆଗାମୀ ବିଶ୍ୱକପ ପାଇଁ ଟି-୨୦ ଦଳକୁ ମଜବୁତ କରିବାକୁ ହେବ । ଲଗାତାର ଭାବେ ଟସ୍ ହାରୁଥିବାରୁ ଭାରତକୁ ଏକତରଫା ପରାଜୟର ସାମ୍ନା କରିବାକୁ ପଡୁଛି । ତୃତୀୟ ମ୍ୟାଚରେ ୧୯୨ ରନ ସଂଗ୍ରହ କରିବା ସତ୍ୱେ ୧୬.୩ ଓଭରରେ ମ୍ୟାଚ ହାରିଛି ଭାରତୀୟ ମହିଳା ଦଳ ।
ଅନ୍ୟପଟେ ଦକ୍ଷିଣ ଆଫ୍ରିକା ୩-୦ ରେ ସିରିଜରେ ଆଗୁଆ ରହିଛି ଓ ଲଖ୍ୟ ରଖିଛି ଏହି ଗତିକୁ ବଜାୟ ରଖିବା ସହ ଭାରତୀୟ ମହିଳା ଦଳକୁ କ୍ଲିନ୍ ସୁଇପ୍ କରିବା ପାଇଁ । ଭାରତୀୟ ମହିଳା ଦଳରେ ଅନେକ ଷ୍ଟାର ଖେଳାଳି ଥିବାରୁ ଏଭଳି ସ୍ତିତିରେ କମ୍-ବ୍ୟାକ୍ କିଭଳି କରାଯିବ ତାହା ଭଲ ଭାବରେ ଜାଣିଛନ୍ତି ହର୍ମନପ୍ରୀତ ବାହିନୀ । ଏହି ସିରିଜରେ କମ୍-ବ୍ୟାକ୍ କରି ୩-୨ ରେ ସିରିଜ ଶେଷ କରିବାକୁ ଚେଷ୍ଟା କରିବ ଭାରତ ।
ଚଳିତ ବର୍ଷ ଜୁନରେ ମହିଳା ଟି-୨୦ ବିଶ୍ୱକପ ଇଂଲଣ୍ଡରେ ଖେଳାଯିବ । ବିଶ୍ୱକପ ପୂର୍ବରୁ ଏହି ଟି-୨୦ ସିରିଜ ପ୍ରସ୍ତୁତିର ଶେଷ ପର୍ଯ୍ୟାୟ ହୋଇଥିବାରୁ ମନୋବଳ ସୁଦୃଢ କରି ଖେଳିବାକୁ ହେବ । ୨୦୨୫ ରେ ଭାରତୀୟ ମହିଳା ଦଳ ଦିନିକିଆ ବିଶ୍ୱକପ ଜିତିଥିଲା । ଦିନିକିଆ ଫର୍ମାଟରେ ଭାରତୀୟ ମହିଳା ଦଳର ଭଲ ପ୍ରଦର୍ଶନ ସତ୍ୱେ ଟି-୨୦ ରେ ଲଗାତାର ନିରାଶଜନକ ପ୍ରଦର୍ଶନ ଲାଗିରହିଛି । ବ୍ୟାଟ୍ସମ୍ୟାନଙ୍କ ଦ୍ୱାରା ସ୍ଥିର ପ୍ରଦର୍ଶନ ଦେଖିବାକୁ ମିଳୁନଥିବାବେଳେ ବୋଲିଂ ୟୁନିଟ ଦୁର୍ବଳ ମନେ ହେଉଛି । ତେଣୁ ଦକ୍ଷିଣ ଆଫ୍ରିକା ବିପକ୍ଷ ଶେଷ ଦୁଇଟି ମ୍ୟାଚରେ ଭାରତକୁ କଡା ଜବାବ ଦେବାକୁ ହବ ।