ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡକୁ (ବିସିସିଆଇ) ଭାରତୀୟ ଖେଳାଳିଙ୍କ କାର୍ଯ୍ୟସୂଚୀକୁ ନେଇ ପୁନର୍ବାର ସମାଲୋଚନାର ଶିକାର ହେବାକୁ ପଡିଛି । ପୂର୍ବରୁ ଅନେକ କ୍ରିକେଟ ଏକ୍ସପର୍ଟ ଏନେଇ ପ୍ରଶ୍ନ ଉଠାଇଥିବାବେଳେ, ଏବେ ଆଇପିଏଲର ପୂର୍ବତନ ଚେୟାରମ୍ୟାନ ଲଲିତ ମୋଦି ବିସିସିଆଇର କାର୍ଯ୍ୟସୂଚୀ ଉପରେ ସିଧାସଳଖ ପ୍ରଶ୍ନ ଉଠାଇଛନ୍ତି । ସେ ଅଭିଯୋଗ ଆଣିଛନ୍ତି କି ବ୍ୟସ୍ତ କାର୍ଯ୍ୟସୂଚୀ ପ୍ରସ୍ତୁତ କରି ଖେଳାଳିଙ୍କୁ 'ମେସିନ' ଭଳି ବ୍ୟବହାର କରଯାଉଛି ।
କିଛି ଦିନ ପୂର୍ବରୁ ଭାରତୀୟ ଦଳର ମୁଖ୍ୟ କୋଚ୍ ଗୌତମ ଗମ୍ଭୀର ଆଫଗାନିସ୍ତାନ ବିପକ୍ଷ ଏକମାତ୍ର ଟେଷ୍ଟ କାର୍ଯ୍ୟସୂଚୀକୁ ନେଇ ଅସନ୍ତୋଷ ପ୍ରକାଶ କରିଥିବା ଖବର ଜାତୀୟ ଗଣମାଧ୍ୟମ ରେ ଚର୍ଚ୍ଚର ବିଷୟ ପାଲଟିଥିଲା । ଗୌତମ ଗମ୍ଭୀର, ଆଫଗାନିସ୍ଥାନ ବିପକ୍ଷ କାର୍ଯ୍ୟସୂଚୀକୁ ନେଇ ଅସନ୍ତୋଷ ଥିଲେ, କାରଣ ଆଇପିଏଲର ଫାଇନାଲ ୩୧ ମଇରେ ଶେଷ ହେବ ଓ ଏହାର କିଛି ଦିନ ପରେ ୬ ଜୁନରେ ଆଫଗାନିସ୍ଥାନ ବିପକ୍ଷ ଟେଷ୍ଟ ମ୍ୟାଚ ଖେଳାଯିବ। ତେବେ କେଉଁ ଦଳ ଆଇପିଏଲର ପ୍ଲେଅଫ୍ସ ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନଥିଲେ ମଧ୍ୟ ଖେଳାଳିଙ୍କୁ ପର୍ଯ୍ୟାପ୍ତ ବିଶ୍ରାମ ଓ ଅଭ୍ୟାସ ପାଇଁ ସମୟ ମିଳିବ ନାହିଁ ।
ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ଲଲିତ ମୋଦି ନିଜ ଏକ୍ସରେ ଏକ ପୋଷ୍ଟ ସେଆର କରିଥିଲେ । ସେ କହିଛନ୍ତି "ବିସିସିଆଇ ନିଜ ଖେଳାଳିଙ୍କୁ ମାରୁଛି ଓ ସେମାନଙ୍କୁ ଶ୍ରମିକଙ୍କ ପରି ବ୍ୟବହାର କରୁଛି ।" ସେ ବୋର୍ଡକୁ କହିଛନ୍ତି ଅଧିକ ରୋଜଗାର କରିବା ପରିବର୍ତ୍ତେ ଖେଳାଳିଙ୍କ ସ୍ୱାସ୍ଥ୍ୟ ଓ ମାନସିକ ସନ୍ତୁଳନ ଉପରେ ପ୍ରାଥମିକତା ଦେବା ଦରକାର । ଲଲିତ ମୋଦିଙ୍କ କହିବା ଅନୁଯାୟୀ ଆଇପିଏଲ ପାଇଁ ଭାରତୀୟ ଖେଳାଳି ଆର୍ଥିକ ସ୍ତରରେ ମଜବୁତ ହୋଇସାରିଛନ୍ତି, ତେଣୁ ଏହି ସମୟରେ ଖେଳାଳିଙ୍କ ଭଲ ପାଇଁ ଚିନ୍ତା କରିବା ଦରକାର ।
ପୂର୍ବରୁ ଗୌତମ ଗମ୍ଭୀର ଓ ଶୁଭମନ ଗିଲ ବ୍ୟସ୍ତ କାର୍ଯ୍ୟସୂଚୀକୁ ନେଇ ପ୍ରଶ୍ନ ଉଠାଇ ସାରିଛନ୍ତି । ଅନ୍ୟପଟେ ଚୟନକର୍ତ୍ତା ସିନିୟର ଖେଳାଳିଙ୍କ ବଦଳରେ ଯୁବ ଖେଳାଳିଙ୍କୁ ସୁଯୋଗ ଦେବା ପାଇଁ ଚିନ୍ତା କରୁଛନ୍ତି ।