ବେଙ୍ଗାଲୁରୁ: ସାଇ ସୁଦର୍ଶନ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷରେ ଦମଦାର ବ୍ୟାଟିଂ କରିଛନ୍ତି । ସେ ୫୭ ବଲରେ ଶତକ ହାସଲ କରିଛନ୍ତି। ଏହା ତାଙ୍କ ଆଇପିଏଲ କ୍ୟାରିୟରର ତୃତୀୟ ଶତକ। ଏହି ଐତିହାସିକ ଶତକ ମଧ୍ୟରେ ସେ ୧୧ ଚୌକା ଏବଂ ପାଞ୍ଚଟି ବିଶାଳ ଛକା ମାରିଛନ୍ତି। ସୁଦର୍ଶନ ଏହି ସିଜନରେ ଶତକ ହାସଲ କରିଥିବା ପଞ୍ଚମ ବ୍ୟାଟର ହୋଇଛନ୍ତି। ଆରସିବି ବିପକ୍ଷରେ ଏହି ଶତକ ବଳରେ ସୁଦର୍ଶନ ତିନୋଟି ପ୍ରମୁଖ ରେକର୍ଡ ମଧ୍ୟ ଭାଙ୍ଗିଥିଲେ। ଏହି ମ୍ୟାଚରେ ସୁଦର୍ଶନ ୧୦୦ ରନ୍ କରି ଆଉଟ୍ ହୋଇଥିଲେ। ଏ ପର୍ଯ୍ୟନ୍ତ ସୁଦର୍ଶନ ଆଇପିଏଲ ୨୦୨୬ରେ ୭ ମ୍ୟାଚରେ ୨୩୫ ରନ କରିଛନ୍ତି।
ତିନୋଟି ରେକର୍ଡ ଭାଙ୍ଗିଲେ ସାଇ ସୁଦର୍ଶନ
ସବୁଠୁ କମ ଇନିଂସରେ୨୦୦୦ ରନ୍
ସାଇ ସୁଦର୍ଶନ ଆଇପିଏଲରେ ସବୁଠାରୁ କମ୍ ଇନିଂସରେ ୨୦୦୦ ରନ୍ ପୂରଣ କରିବାର ରେକର୍ଡ ରଖିଛନ୍ତି। ସେ ନିଜର ୪୭ତମ ଇନିଂସରେ ୨୦୦୦ ରନ୍ ପୂରଣ କରିଛନ୍ତି । ତାଙ୍କ ପଛରେ କ୍ରିସ୍ ଗେଲ୍ ୪୮ ଇନିଂସରେ ଏହି ମାଇଲଖୁଣ୍ଟ ଛୁଇଁଥିଲେ।
୪୭ ଇନିଂସ - ସାଇ ସୁଦର୍ଶନ
୪୮ ଇନିଂସ - କ୍ରିସ୍ ଗେଲ୍
୫୨ ଇନିଂସ - ଶନ୍ ମାର୍ଶ
ସର୍ବାଧିକ ଶତକୀୟ ଭାଗୀଦାରି
ସାଇ ସୁଦର୍ଶନ, ଶୁଭମନ ଗିଲ୍ ସହିତ ମିଶି, ଆଇପିଏଲରେ ସର୍ବାଧିକ ଶତକୀୟ ଭାଗୀଦାରିର ରେକର୍ଡ ରଖିଛନ୍ତି। ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷ ମ୍ୟାଚ୍ରେ, ସୁଦର୍ଶନ ଏବଂ ଗିଲ୍ ୧୨୮ ରନର ଭାଗୀଦାରି କରିଥିଲେ। ଏହା ଗିଲ୍ ଏବଂ ସୁଦର୍ଶନଙ୍କ ଅଷ୍ଟମ ଶତକୀୟ ଭାଗୀଦାରି ଥିଲା। ବିରାଟ କୋହଲି ଏବଂ ଏବି ଡିଭିଲିୟର୍ସ ସର୍ବାଧିକ ଶତକୀୟ ଭାଗୀଦାରିର ରେକର୍ଡ (୧୦) ରଖିଛନ୍ତି।
୧୦ ଥର - ବିରାଟ କୋହଲି ଏବଂ ଏବି ଡିଭିଲିୟର୍ସ
୯ ଥର - ବିରାଟ କୋହଲି ଏବଂ କ୍ରିସ୍ ଗେଲ୍