ନୂଆଦିଲ୍ଲୀ: ଆଇପିଏଲ୍ ଦୁନିଆର ସବୁଠୁ ବଡ କ୍ରିକେ୍ ଲିଗ୍ ଏବଂ ଦୁନିଆର ଦ୍ୱିତୀୟ ବଡ ସ୍ପୋର୍ଟ୍ସ ଲିଗ୍ । ପ୍ରତିଟି ଖେଳାଳି ଏହି ଲିଗ୍ ଖେଳିବାକୁ ଚାହାନ୍ତି । ବିଦେଶୀ ଖେଳାଳି ତ ଆଇପିଏଲ୍ ଖେଳିବା ପାଇଁ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇ ଯାଆନ୍ତି । କାରଣ ସେମାନଙ୍କୁ ଆଇପିଏଲ୍ ଖେଳିବା ପାଇଁ ନିଜ ବୋର୍ଡରୁ ଏନଓସିର ଆବଶ୍ୟକତା ପଡିଥାଏ । ଅନେକ ବୋର୍ଡ ତ ଏନଓସି ଦେବାକୁ କୁଣ୍ଠାବୋଧ କରିଥାନ୍ତି । ତେଣୁ ଖେଳାଳି ଅବସର ନେଇ ଯାଆନ୍ତି । ଏହା ମଧ୍ୟରେ ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର ମାଥ୍ୟୁ ହେଡେନ ଆଇପିଏଲକୁ ନେଇ ଏକ ବଡ ବୟାନ ଦେଇଛନ୍ତି । ସେ କହିଛନ୍ତି ବିଦେଶୀ ଖେଳାଳି ଆଇପିଏଲକୁ ଅନ୍ତର୍ଜାତୀୟ କ୍ରିକେଟଠୁ ବଡ ଭାବନ୍ତି ।
କାରଣ ଆଇପିଏଲକୁ ହିଁ ଆଇସିସି ନିଜର ଅନ୍ତର୍ଜାତୀୟ କ୍ରିକେଟରେ ୱିଣ୍ଡୋ ଦେଇଛି । ଏହି ସମୟରେ କୌଣସି ଦେଶ ମଧ୍ୟରେ ଦ୍ୱିପାକ୍ଷିକ କ୍ରିକେଟ୍ ଖେଳା ଯାଏ ନାହିଁ । ଯଦିଓ ଖେଳାଯାଏ ଏଥିରେ ବଡ ବଡ କ୍ରିକେଟ୍ ଦଳ ସାମିଲ୍ ନ ଥାନ୍ତି । ଏମିତି ବହୁତ ଖେଳାଳି ଅଛନ୍ତି ଯେଉଁମାନେ ଦେଶର କ୍ରିକେଟ୍ ବଳରେ ଆଇପିଏଲକୁ ଗୁରୁତ୍ୱ ଦେଇଥାନ୍ତି । ମାଥ୍ୟୁ ହେଡେନ ବର୍ତ୍ତମ ଆଇପିଏଲରେ ଗୁଜରାଟ ଟାଇଟନ୍ସର ବ୍ୟାଟିଂ କୋଚ୍ । ସେ କହିଛନ୍ତି, ଅନେକ ବିଦେଶୀ ଖେଳାଳି ଆଇପିଏଲକୁ ଇଣ୍ଟରନ୍ୟାସନାଲ କ୍ରିକେଟଠୁ ବଡ ମାନନ୍ତି ।
ମାଥ୍ୟୁ ହେଡେନ ଅଲ ଓଭର ବାର ଦ କ୍ରିକେଟ ପୋଡକାଷ୍ଟରେ କହିଛନ୍ତି, ଅଲଗା ଅଲଗା ଟିମ୍ ସହ କଥା ହେବା ପରେ ମୋତେ ଲାଗୁଛି ଯେ, ବିଦେଶୀ ଖେଳାଳି ଖାସ କରି ଦକ୍ଷିଣ ଆଫ୍ରିକାର ଖେଳାଳି, ଅଷ୍ଟ୍ରେଲିଆ ବି, ନ୍ୟୁଜିଲାଣ୍ଡର ଖେଳାଳି ଏହି ଟୁର୍ଣ୍ଣାମେଣ୍ଟକୁ ବହୁତ ବଡ ମାନିଥାନ୍ତି । ବିଦେଶୀ ଖେଳାଳି ଏମିତି କାହିଁକି ମାନନ୍ତି ଏ ବିଷୟରେ ବି ହେଡେନ ବୁଝାଇଛନ୍ତି । ତାଙ୍କ କହିବା କଥା ପ୍ରାୟ ଦୁଇ ମାସ ପର୍ଯ୍ୟନ୍ତ କେବଳ କ୍ରିକେଟ୍ ହିଁ ଖେଳାଯାଏ ।