ସିଡନୀ: ସୁସ୍ଥ ହେଉଛନ୍ତି ଭାରତୀୟ କ୍ରିକେଟର ଶ୍ରେୟସ ଆୟର। ସେ ଆଜି(ମଙ୍ଗଳବାର) ଆଇସିୟୁରୁ ବାହାରକୁ ଆସି ସାଧାରଣ ଓ୍ୱାର୍ଡକୁ ସ୍ଥାନାନ୍ତରିତ ହୋଇଛନ୍ତି। ଗତକାଲି ଗୁରୁତର ହୋଇ ଆଇସିୟୁରେ ଭର୍ତ୍ତି ହୋଇଥିଲେ ଶ୍ରେୟସ। ସୂଚନା ମୁତାବିକ, ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଦିନିକିଆ ମ୍ୟାଚ୍ରେ କ୍ୟାଚ୍ ନେବା ସମୟରେ ଶ୍ରେୟସ ଆୟରଙ୍କ ପଞ୍ଜରାରେ ଆଘାତ ଲାଗିଥିଲା। ଏହି ଘଟଣା ପରେ ଏବେ ଉପ-ଅଧିନାୟକ ଗୁରୁତର ଆଘାତ ପାଇ ସିଡନୀର ଏକ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ।
ତାଙ୍କୁ ପ୍ରଥମେ ICUରେ ରଖାଯାଇଥିବା ବେଳେ ଏବେ ସେ ଆଇସିୟୁରୁ ବାହାରକୁ ଆସିଛନ୍ତି। ଏନେଇ ଶ୍ରେୟସଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ଜଣାଇ କ୍ରିକେଟର ସୂର୍ଯ୍ୟକୁମାର ଯାଦବ କହିଛନ୍ତି ଯେ, "ଆମେ ଦୁଇ ଜଣ ଫୋନରେ ଏବେ କଥା ହେଇଛୁ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଏବେ ସ୍ଥିର ରହିଛି। ତାଙ୍କର ଚିକିତ୍ସା ଚାଲିଛି। ସେ କଥା ହେଉଛନ୍ତି। ଡାକ୍ତର ତାଙ୍କୁ ଆହୁରି କିଛି ଦିନ ସତର୍କ ରହିବା ପାଇଁ କହିଛନ୍ତି। ଡାକ୍ତର ତାଙ୍କ ସ୍ବାସ୍ଥ୍ୟାବସ୍ଥା ଉପରେ ନଜର ରଖିଛନ୍ତି। ଚିନ୍ତା କରିବାର କିଛିନାହିଁ " ବୋଲି କହିଛନ୍ତି କ୍ରିକେଟର ସୂର୍ଯ୍ୟକୁମାର ଯାଦବ। ତେବେ ଖୁବଶୀଘ୍ର ତାଙ୍କ ପରିବାର ଲୋକେ ସିଡନୀରେ ପହଞ୍ଚିବେ।