ନୂଆଦିଲ୍ଲୀ: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଦିନିକିଆ ସିରିଜ ଶେଷ ହୋଇଛି। ଅଷ୍ଟ୍ରେଲିଆ ଦିନିକିଆ ସିରିଜକୁ ୨-୧ରେ ଜିତିଛି। ଦିନିକିଅ ପରେ ଭାରତୀୟ ଦଳ ଏବେ ଅଷ୍ଟ୍ରେଲିଆ ବିପକ୍ଷରେ ଟି-୨୦ ସିରିଜ ଖେଳିବ। ଏହି ପାଞ୍ଚ ମ୍ୟାଚ୍ ବିଶିଷ୍ଟ ସିରିଜ ୨୯ ଅକ୍ଟୋବରରୁ ନଭେମ୍ବର ୮ ତାରିଖ ପର୍ଯ୍ୟନ୍ତ ଖେଳାଯିବ। ଏହି ସିରିଜ ପାଇଁ ଭାରତର ଟି-୨୦ ଅଧିନାୟକ ସୂର୍ୟ୍ୟକୁମାର ଯାଦବ ଏବଂ ଅନ୍ୟ ଖେଳାଳି ଅଷ୍ଟ୍ରେଲିଆରେ ପହଞ୍ଚିଛନ୍ତି।
ଭାରତ-ଅଷ୍ଟ୍ରେଲିଆ ଟି-୨୦ ସିରିଜ
ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ପାଞ୍ଚଟି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଖେଳାଯିବ । ପ୍ରଥମ ମ୍ୟାଚ୍ ଅକ୍ଟୋବର ୨୯ ରେ କାନବେରାରେ ଖେଳାଯିବ। ସିରିଜର ଶେଷ ମ୍ୟାଚ୍ ନଭେମ୍ବର ୮ରେ ବ୍ରିସବେନରେ ଖେଳାଯିବ। ଟି-୨୦ ମ୍ୟାଚଗୁଡ଼ିକ ଭାରତୀୟ ସମୟ ଅପରାହ୍ଣ ୧ଟା ୪୫ରେ ଆରମ୍ଭ ହେବ ।
ପ୍ରଥମ ଟି-୨୦ - ଅକ୍ଟୋବର ୨୯, କାନବେରା
ଦ୍ୱିତୀୟ ଟି-୨୦ - ଅକ୍ଟୋବର ୩୧, ମେଲବୋର୍ଣ୍ଣ
ତୃତୀୟ ଟି-୨୦ - ନଭେମ୍ବର ୨, ହୋବାର୍ଟ
ଚତୁର୍ଥ ଟି-୨୦ - ନଭେମ୍ବର ୬, ଗୋଲ୍ଡ କୋଷ୍ଟ
ପଞ୍ଚମ ଟି-୨୦ - ନଭେମ୍ବର ୮, ବ୍ରିସବେନ
ଟି-୨୦ ସିରିଜ ପାଇଁ ଭାରତର ଦଳ
ସୂର୍ଯ୍ୟକୁମାର ଯାଦବ (ଅଧିନାୟକ), ଶୁଭମନ ଗିଲ (ଉପ-ଅଧିନାୟକ), ଅଭିଷେକ ଶର୍ମା, ତିଲକ ବର୍ମା, ଶିବମ ଦୁବେ, ନୀତିଶ କୁମାର ରେଡ୍ଡୀ, ଅକ୍ଷର ପଟେଲ, ଜିତେଶ ଶର୍ମା (ୱିକେଟ୍ କିପର), ବରୁଣ ଚକ୍ରବର୍ତ୍ତୀ, ଯଶପ୍ରୀତ ବୁମରା, ଅର୍ଶଦୀପ ସିଂହ, କୁଲଦୀପ ଯାଦବ, ହର୍ଷିତ ରାଣା, ସଞ୍ଜୁ ସାମସନ (ୱିକେଟ୍ କିପର), ରିଙ୍କୁ ସିଂହ ଏବଂ ୱାଶିଂଟନ ସୁନ୍ଦର।
ଟି-୨୦ ସିରିଜ ପାଇଁ ଅଷ୍ଟ୍ରେଲିଆର ଦଳ
ମିଚ୍ ମାର୍ଶ (ଅଧିନାୟକ), ଟ୍ରାଭିସ୍ ହେଡ୍, ସିନ ଏବଟ, ଜାଭିୟର ବାର୍ଟଲେଟ୍, ଟିମ୍ ଡେଭିଡ୍, ବେନ୍ ଦ୍ୱାରସିସ୍, ନାଥନ୍ ଏଲିସ୍, ଜୋଶ୍ ହାଜେଲଉଡ୍, ଜୋଶ୍ ଇଙ୍ଗଲିସ୍ (ୱିକେଟକିପର), ମାଥ୍ୟୁ କୁହ୍ନେମାନ, ମିଚେଲ୍ ଓୱେନ୍, ମାଥ୍ୟୁ ସର୍ଟ, ମାର୍କସ୍ ଷ୍ଟୋଇନିସ୍ ଏବଂ ଆଡାମ ଜାମ୍ପା।
ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ପ୍ରଥମ ଦିନିିକିଆ ମ୍ୟାଚ୍ ପର୍ଥରେ ଖେଳାଯାଇଥିଲା, ଯେଉଁଥିରେ ଟିମ୍ ଇଣ୍ଡିଆ ୭ ୱିକେଟ୍ରେ ପରାସ୍ତ ହୋଇଥିଲା। ଦ୍ୱିତୀୟ ମ୍ୟାଚ୍ ଆଡିଲେଡ୍ରେ ଖେଳାଯାଇଥିଲା, ଯେଉଁଥିରେ ଅଷ୍ଟ୍ରେଲିଆ ୨ ୱିକେଟ୍ରେ ବିଜୟୀ ହୋଇଥିଲା। ତୃତୀୟ ଦିନିକିଆ ସିଡନୀରେ ଖେଳାଯାଇଥିଲା ଏବଂ ଭାରତ ଅଷ୍ଟ୍ରେଲିଆକୁ ୯ ୱିକେଟ୍ରେ ପରାସ୍ତ କରିଥିଲା। ଏହିପରି, କଙ୍ଗାରୁ ୨-୧ରେ ସିରିଜ୍ ଜିତିଛି ।
ଅନ୍ତିମ ଦିନିକିଆ ମ୍ୟାଚ୍ରେ ଭାରତର ବିଜୟର ହିରୋ ଥିଲେ ରୋହିତ ଶର୍ମା ଏବଂ ବିରାଟ କୋହଲି। ଅଧିନାୟକ ଶୁଭମନ ଗିଲଙ୍କ ୱିକେଟ୍ ପତନ ପରେ, ରୋହିତ ଏବଂ ବିରାଟ ଇନିଂସ ସମ୍ଭାଳିଥିଲେ ଏବଂ ୨୩୭ ରନ୍ର ଲକ୍ଷ୍ୟକୁ ପିଛା କରି ଦଳକୁ ବିଜୟୀ କରାଇଥିଲେ।
Also read: ମହିଳା ବିଶ୍ୱକପ୍ ସେମିଫାଇନାଲରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ମୁକାବିଲା