ନୂଆଦିଲ୍ଲୀ: ଭାରତ ବିପକ୍ଷ ଦିନିକିଆ ସିରିଜ ଜିତିବା ସହ ୨-୦ରେ ଅଗ୍ରଣୀ ହାସଲ ପରେ ଅଷ୍ଟ୍ରେଲିଆ ତୃତୀୟ ଦିନିକିଆ ଓ ଆଗାମୀ ଟି-୨୦ ସିରିଜ୍ ପାଇଁ ଦଳରେ ପରିବର୍ତ୍ତନ କରିଛି । ଅକ୍ଟୋବର ୨୫ରେ ସିଡନୀରେ ଖେଳା ଯିବାକୁ ଥିବା ତୃତୀୟ ଦିନିକିଆ ପାଇଁ ଅଷ୍ଟ୍ରେଲିଆ ଦଳରେ ଜ୍ୟାକ ଏଡୱର୍ଡ୍ସ ଓ ମ୍ୟାଟ୍ କୁହନେମ୍ୟାନଙ୍କୁ ସ୍ଥାନ ମିଳିଛି । ମାର୍ନସ ଲାବୁସେନଙ୍କୁ ଦଳରୁ ବାଦ୍ ଦିଆଯାଇଛି । ଅକ୍ଟୋବର ୨୯ରୁ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ୫ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଆରମ୍ଭ ହେବ । ଏହି ସିରିଜ୍ ପାଇଁ କଙ୍ଗାରୁ ସ୍କ୍ୱାର୍ଡରେ ମଧ୍ୟ ପରିବର୍ତ୍ତନ କରାଯାଇଛି । ତାରକା ଅଲରାଉଣ୍ଡର ଗ୍ଲେନ ମ୍ୟାକ୍ସୱେଲଙ୍କ ଦଳରେ ପ୍ରତ୍ୟାବର୍ତ୍ତନ ଘଟିଛି ।
କିନ୍ତୁ ମ୍ୟାକ୍ସୱେଲଙ୍କ ଚୟନ ପ୍ରଥମ ଦୁଇଟି-୨୦ ମ୍ୟାଚ୍ ପାଇଁ ହୋଇନି । ରିଷ୍ଟରେ ଆହତ କାରଣରୁ ଦିନିକିଆ ସିରିଜରୁ ବାଦ୍ ପଡିଥିବା ମ୍ୟାକ୍ସୱେଲଙ୍କୁ ଅବଶିଷ୍ଟ ତିନୋଟି ଟି-୨୦ ମ୍ୟାଚ୍ ଦଳରେ ସାମିଲ କରାଯାଇଛି । ୱିକେଟ୍ କିପର ବ୍ୟାଟର ଜୋଶ ଫିଲିପଙ୍କ ଟି-୨୦ ଦଳରେ ପ୍ରତ୍ୟାବର୍ତ୍ତନ ଘଟିଛି । ବିୟଡମ୍ୟାନଙ୍କୁ ମଧ୍ୟ ସମସ୍ତ ୫ ଟି-୨୦ ମ୍ୟାଚ୍ ପାଇଁ ଦଳରେ ସୁଯୋଗ ମିଳିଛି । ତେବେ ଟି-୨୦ ସିରିଜରୁ ଜୋଶ ହେଜେଲଉଡଙ୍କୁ ଶେଷ ତିନୋଟି ଓ ସିନ ଏବଟଙ୍କୁ ଶେଷ ଦୁଇଟି ମ୍ୟାଚ ପାଇଁ ଦଳରେ ସ୍ଥାନ ମିଳିନି ।
ଅଷ୍ଟ୍ରେଲିଆ ଟି-୨୦ ଦଳରେ ପରିବର୍ତ୍ତନ
ସାମିଲ ହେଲେ- ଗ୍ଲେନ ମ୍ୟାକ୍ସୱେଲ(ଶେଷ ୩ ଟି-୨୦), ବେନ ଡ୍ୱେସୁଇସ(ଶେଷ ୨ ଟି-୨୦), ଜୋଶ ଫିଲିପ(ସମସ୍ତ ମ୍ୟାଚ୍), ମହଲି ବିୟର୍ଡମ୍ୟାନ(ଶେଷ ୩ ଟି-୨୦)
ବାଦ୍ ପଡିଲେ- ଜୋଶ ହେଜେଲଉଡ(ଦ୍ୱିତୀୟ ମ୍ୟାଚ୍ ପରେ ବାଦ୍), ସିନ ଏବଟ(ତୃତୀୟ ମ୍ୟାଚ୍ ପରେ ବାଦ୍)
ଅଷ୍ଟ୍ରେଲିଆ ଦିନିକିଆ ଦଳରେ ପରିବର୍ତ୍ତନ
ସାମିଲ୍ ହେଲେ- ଜ୍ୟାକ ଏଡୱର୍ଡ୍ସ, ମ୍ୟାଟ କୁହନେମ୍ୟାନ
ବାଦ ପଡିଲେ- ମାର୍ନସ ଲାବୁସେନ
ଅଷ୍ଟ୍ରେଲିଆ ଟି-୨୦ ଟିମ୍
ମିଚେଲ୍ ମାର୍ଶ(ଅଧିନାୟକ), ସିନ ଏବଟ(ଖେଳିବେ ପ୍ରଥମ ୩ଟି), ଜାଭିୟର ବାର୍ଟଲେଟ, ମହଲି ବିୟର୍ଡମ୍ୟାନ(ଖେଳିବେ ଶେଷ ୩ଟି), ଟିମ୍ ଡେଭିଡ, ବେନ ଡ୍ୱେସୁଇସ(ଖେଳିବେ ଶେଷ ଦୁଇଟି), ନାଥନ ଏଲିସ, ଜୋଶ ହେଜେଲଉଡ(ଖେଳିବେ ପ୍ରଥମ ଦୁଇଟି), ଟ୍ରେଭିସ ହେଡ, ଜୋଶ ଇଂଲିଶ, ମାଥ୍ୟୁ କୁହନେମ୍ୟାନ, ଗ୍ଲେନ ମ୍ୟାକ୍ସୱେଲ(ଖେଳିବେ ଶେଷ ୩ଟି), ମିଚେଲ ଓଭେନ, ଜୋଶ ଫିଲିପ, ମାଥ୍ୟୁ ସର୍ଟ, ମାର୍କସ ଷ୍ଟୋଇନିସ, ଆଡମ ଜାମ୍ପା ।
Also read: ମନ୍ଧାନା-ପ୍ରତୀକାଙ୍କ ଶତକ, ନ୍ୟୁଜିଲାଣ୍ଡକୁ ହରାଇ ସେମିରେ ଟିମ୍ ଇଣ୍ଡିଆ