ଆଡିଲେଡ୍: ଅଷ୍ଟ୍ରେଲିଆର ଆଡିଲେଡ୍ ଓଭାଲରେ ଆଜି ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଦ୍ୱିତୀୟ ଦିନିକିଆ ଖେଳାଯାଉଛି। ଶୁଭମନ ଗିଲ୍ଙ୍କ ନେତୃତ୍ବରେ ଭାରତ ତିନି ମ୍ୟାଚ୍ ବିଶିଷ୍ଟ ସିରିଜରେ ୦-୧ ପଛରେ ଅଛି। ସିରିଜ୍ ହାରିବାରୁ ରକ୍ଷା ପାଇବା ପାଇଁ ଟିମ୍ ଇଣ୍ଡିଆକୁ ଯେକୌଣସି ମୂଲ୍ୟରେ ଆଡିଲେଡ୍ରେ ଆଜି ଜିତିବାକୁ ପଡିବ। ପ୍ରଥମ ଦିନିକିଆରେ ବିଫଳ ହୋଇଥିବା ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ପ୍ରଦର୍ଶନ ଉପରେ ସମସ୍ତଙ୍କ ନଜର ରହିବ। ଏହି ମ୍ୟାଚ୍ରେ ଘରୋଇ ଦଳ ଟସ୍ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି। ଫଳରେ ଭାରତ ବ୍ୟାଟିଂ କରୁଛି।
ରିପୋର୍ଟ ଲେଖାଯିବା ବେଳକୁ ଭାରତର ସ୍କୋର ୧୫ ଓଭରରେ ୫୦ ରନ୍ ହୋଇଛି। ଏହାରି ମଧ୍ୟରେ ଭାରତ ୨ଟି ମୂଲ୍ୟବାନ ୱିକେଟ୍ ହରାଇଛି। ଅଧିନାୟକ ଶୁଭମନ ଗିଲ ୯ ରନ୍ ଓ ବିରାଟ କୋହଲି ଜିରୋ ରନ୍ରେ ଆଉଟ୍ ହୋଇଛନ୍ତି।
ଭାରତୀୟ କ୍ରିକେଟ୍ ଦଳ ୨୦୦୮ ମସିହାରୁ ଆଡିଲେଡ୍ ଓଭାଲରେ ପାଞ୍ଚଟି ଦିନିକିଆ ଖେଳିଛି। ଚାରିଟିରେ ବିଜୟୀ ହୋଇଛି ଏବଂ ଏକ ଡ୍ରରେ ଶେଷ ହୋଇଛି। ଭାରତ ଅଷ୍ଟ୍ରେଲିଆ ବିପକ୍ଷରେ ସେହି ଚାରିଟି ମ୍ୟାଚ୍ ମଧ୍ୟରୁ ଦୁଇଟିରେ ବିଜୟୀ ହୋଇଛି। ବିରାଟ କୋହଲି ମଧ୍ୟ ଆଡିଲେଡ୍ରେ ଉତ୍କୃଷ୍ଟ ପ୍ରଦର୍ଶନ କରିଛନ୍ତି। ସେ ଏଠାରେ ଖେଳାଯାଇଥିବା ଚାରିଟି ଦିନିକିଆ ମଧ୍ୟରୁ ଦୁଇଟିରେ ଶତକ ହାସଲ କରିଛନ୍ତି। ଆଜି ତାଙ୍କଠାରୁ ସମାନ ପ୍ରଦର୍ଶନ ଆଶା କରାଯାଉଛି ଏବଂ ଆବଶ୍ୟକ।
ଅଷ୍ଟ୍ରେଲିଆ: ମିଚେଲ୍ ମାର୍ଶ (ଅଧିନାୟକ), ଟ୍ରାଭିସ୍ ହେଡ୍, ମ୍ୟାଟ୍ ସର୍ଟ, ମ୍ୟାଟ୍ ରେସନ୍, ଆଲେକ୍ସ କେରି (ୱିକେଟକିପର), କୁପର୍ କନୋଲି, ମିଚେଲ୍ ଓୱେନ୍, ଜାଭିୟର ବାର୍ଟଲେଟ୍, ମିଚେଲ୍ ଷ୍ଟାର୍କ, ଆଡାମ ଜାମ୍ପା, ଜୋଶ୍ ହାଜେଲଉଡ୍।
ଭାରତ: ରୋହିତ ଶର୍ମା, ଶୁଭମାନ ଗିଲ (ଅଧିନାୟକ), ବିରାଟ କୋହଲି, ଶ୍ରେୟାସ ଆୟର, ଆକ୍ସାର ପଟେଲ, କେ.ଏଲ୍ ରାହୁଲ (ୱିକେଟ୍ କିପର), ୱାଶିଂଟନ୍ ସୁନ୍ଦର, ନୀତୀଶ କୁମାର ରେଡ୍ଡୀ, ହର୍ଷିତ ରାଣା, ଅର୍ଶଦୀପ ସିଂ, ମହମ୍ମଦ ସିରାଜ।
ଅଧିକ ପଢ଼ନ୍ତୁ: ବିହାରର ଚାରି ଜଣ ମୋଷ୍ଟ ୱାଣ୍ଟେଡ୍ ଅପରାଧୀ ନିହତ