ନୂଆଦିଲ୍ଲୀ: ଜାତୀୟ ଚୟନକର୍ତ୍ତା ଭାରତୀୟ ଏ ଦଳ ଘୋଷଣା କରିଛନ୍ତି । ଏହା ସହିତ ଏହା ସ୍ପଷ୍ଟ ହୋଇଛି ଯେ, ଋଷଭ ପନ୍ତ ଖୁବ ଶୀଘ୍ର ମଇଦାନକୁ ପ୍ରତ୍ୟାବର୍ତ୍ତନ କରିବେ । ଇଂଲଣ୍ଡ ବିପକ୍ଷ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ଚତୁର୍ଥ ମ୍ୟାଚରେ ଆହତ ହୋଇଥିଲେ । ତାଙ୍କ ପାଦରେ ଗୁରୁତର ଆଘାତ ଲାଗିଥିଲା । ଏହା ପରଠୁ ପନ୍ତ କ୍ରିକେଟ୍ ମଇଦାନରୁ ଦୂରରେ ଅଛନ୍ତି । କିନ୍ତୁ ଏବେ ଭାରତୀୟ ଦଳରେ ତାଙ୍କର ପ୍ରତ୍ୟାବର୍ତ୍ତନ ହେବାକୁ ଯାଉଛି । ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ୍ ପୂର୍ବରୁ ପନ୍ତଙ୍କୁ ଭାରତୀୟ ଏ ଟିମରେ ସାମିଲ କରାଯାଇଛି ଏବଂ ଅଧିନାୟକ ଦାୟିତ୍ୱ ଦିଆଯାଇଛି ।
ଇଣ୍ଡିଆ ଏ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦୁଇଟି ଚାରି ଦିବସୀୟ ମ୍ୟାଚ୍ ଖେଳାଯିବ । ଏହି ମୁକାବିଲା ବେଙ୍ଗାଲୁରୁରେ ଅକ୍ଟୋବର ୩୦ରେ ଖେଳାଯିବ । ଦ୍ୱିତୀୟ ମ୍ୟାଚ୍ ନଭେମ୍ବର ୬ରୁ ଖେଳାଯିବ । ଏହା ପରେ ନଭେମ୍ବର ୧୪ରୁ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳାଯିବ । ଏଥିପାଇଁ ଅକ୍ଟୋବର ଶେଷ ଆଡକୁ ଭାରତୀୟ ଦଳ ଘୋଷଣା କରାଯିବ ।
ଋଷଭ ପନ୍ତ ପ୍ରଥମେ ଅକ୍ଟୋବର ୨୫ରେ ଦିଲ୍ଲୀ ପାଇଁ ରଣଜୀ ମ୍ୟାଚ୍ ଖେଳିବେ ବୋଲି ଆଶା କରାଯାଉଥିଲ । କିନ୍ତୁ ଟିମ୍ ଇଣ୍ଡିଆ ଏ ଏବଂ ଦକ୍ଷିଣ ଆଫ୍ରିକା ମ୍ୟାଚ୍ ଥିବାରୁ ସେ ଏହି ମ୍ୟାଚ୍ ଖେଳିବେ ନାହିଁ । ଏହି ମ୍ୟାଚରେ ପନ୍ତଙ୍କୁ ନିଜର ଫିଟନେସ୍ ସାବ୍ୟସ୍ତ କରିବାକୁ ପଡିବ । ଆଉ ଗୋଟିଏ କଥା ସ୍ପଷ୍ଟ ହୋଇ ସାରିଛି ଯେ, ମହମ୍ମଦ ଶାମିଙ୍କୁ ଚୟନକର୍ତ୍ତା ଟେଷ୍ଟ ଦଳରେ ଦେଖିବାକୁ ଚାହୁଁ ନାହାନ୍ତି । କାରଣ ସେ ଫିଟ୍ ଥିଲେ ମଧ୍ୟ ତାଙ୍କୁ ଟିମ୍ ଇଣ୍ଡିଆ ଏ ଟିମରେ ସାମିଲ୍ କରାଯାଇ ନାହିଁ । ଏହାକୁ ନେଇ ଖୁବ୍ ବିତର୍କ ଦେଖିବାକୁ ମିଳିଛି ।
ଦକ୍ଷିଣ ଆଫ୍ରିକା ବିପକ୍ଷ ଭାରତୀୟ ଏ ଟିମ୍
ଋଷଭ ପନ୍ତ(ଅଧିନାୟଜ), ଆୟୁଷ ମହାତ୍ରେ, ଏନ ଜଗଦୀଶନ(ୱିକେଟ୍ କିପର), ସାଇ ସୁଦର୍ଶନ(ଉପ ଅଧିନାୟକ), ଦେବଦତ୍ତ ପାଡିକଲ, ରଜତ ପାଟିଦାର, ହର୍ଷ ଦୁବେ, ତନୁଷ କୋଟିୟାନ, ମାନବ ସୁଥାର, ଅଂଶୁଲ କମ୍ବୋଜ, ୟଶ ଠାକୁର, ଆୟୁଷ ବଦୋନୀ, ସାରାଂଶ ଜୈନ ।
ଦକ୍ଷିଣ ଆଫ୍ରିକା ବିପକ୍ଷ ୨ୟ ମ୍ୟାଚ୍ ପାଇଁ ଭାରତୀୟ ଏ ଟିମ୍
ଋଷଭ ପନ୍ତ(ଅଧିନାୟଜ) (ୱିକେଟ୍ କିପର), କେଏଲ ରାହୁଲ, ଧ୍ରୁବ ଜୁରେଲ(ୱିକେଟ୍ କିପର), ସାଇ ସୁଦର୍ଶନ(ଉପଅଧିନାୟକ), ଦେବଦତ୍ତ ପାଡିକଲ, ଋତୁରାଜ ଗାଏକ୍ୱାଡ, ହର୍ଷ ଦୁବେ, ତନୁଷ କୋଟିୟାନ, ମାନବ ସୁଥାର, ଖଲିଲ ଅହମ୍ମଦ, ଗୁରନୁର ବରାଡ, ଅଭିମନ୍ୟୁ ଈଶ୍ୱରନ, ପ୍ରସିଦ୍ଧ କୃଷ୍ଣ, ମହମ୍ମଦ ସିରାଜ, ଆକାଶ ଦୀପ ।
Also read: ରାୱଲପିଣ୍ଡି ଟେଷ୍ଟ: ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଦିନରେ ପାକିସ୍ତାନ ହରାଇଲା ୫ ୱିକେଟ୍