ନୂଆଦିଲ୍ଲୀ: ଭାରତ ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ ଠିକ୍ ପୂର୍ବରୁ ଅଷ୍ଟ୍ରେଲିଆକୁ ଲାଗିଛି ବଡ ଝଟକା । ଅକ୍ଟୋବର ୧୯ରେ ଅଷ୍ଟ୍ରେଲିଆ ଓ ଭାରତ ମଧ୍ୟରେ ପ୍ରଥମ ଦିନିକିଆ ମ୍ୟାଚ୍ ଖେଳାଯିବ । ମାତ୍ର ଏହା ପୂର୍ବରୁ ଦଳର ବଡ ବଡ ଖେଳାଳି ଆହତ ହେବାରେ ଲାଗିଛନ୍ତି । ଏହି ସିରିଜ ପାଇଁ ପ୍ରଥମରୁ ଅନେକ ଖେଳାଳି ଆହତ କାରଣରୁ ଉପଲବ୍ଧ ନ ଥିଲେ । ଏବେ ଅଲରାଉଣ୍ଡର କ୍ୟାମେରୁନ ଗ୍ରୀନ ଆହତ କାରଣରୁ ଦଳରୁ ବାଦ୍ ପଡିଛନ୍ତି । ତାଙ୍କ ସ୍ଥାନରେ ମାର୍ନସ ଲାବୁସେନଙ୍କୁ ଦଳରେ ସ୍ଥାନ ମିଳିଛି ।
କ୍ୟାମେରୁନ ଗ୍ରୀନଙ୍କ ଅଣ୍ଟାରେ ଯନ୍ତ୍ରଣା କାରଣରୁ ଭାରତ ବିପକ୍ଷ ସିରିଜରୁ ବାହାରି ଯାଇଛନ୍ତି । ତାଙ୍କ ସ୍ଥାନରେ ଅଭିଜ୍ଞ ମାର୍ନସ ଲାବୁସେନଙ୍କୁ ଦଳରେ ସ୍ଥାନ ମିଳିଛି । କ୍ରିକେଟ୍ ଅଷ୍ଟ୍ରେଲିଆ ଆସେସ ସିରିଜକୁ ଦୃଷ୍ଟିରେ ରଖି କ୍ୟାମେରୁନ ଗ୍ରୀନଙ୍କ ଆହତ ସମସ୍ୟାକୁ ଗୁରୁତର ସହ ଗ୍ରହଣ କରିଛି । ତେଣୁ ସତର୍କତାମୂଳକ ଗ୍ରୀନଙ୍କୁ ଦିିନିକିଆ ସିରିଜରୁ ବାଦ୍ ଦିଆଯାଇଛି । ଗତ ବର୍ଷ ଅଣ୍ଟାର ଅସ୍ତ୍ରୋପଚାର କରିଥିବା କ୍ୟାମେରୁନ ଗ୍ରୀନ କିଛି ସମୟ ହେବ ମଇଦାନକୁ ଫେରିଥିଲେ । ଆଉ ଏବେ ପୁଣି ଥରେ ପଡିଆରୁ ଦୂରରେ ରହିବେ ।
ଏହା ପୂର୍ବରୁ ଅଷ୍ଟ୍ରେଲିଆକୁ ନିଜ ଦଳରେ ଦୁଇଟି ପରିବର୍ତ୍ତନ କରିବାକୁ ପଡିିଛି । ସ୍ପିନର ଆଡମ ଜାମ୍ପା ଓ ୱିକେଟ୍ କିପର ଜୋଶ ଇଂଲିଶ ମଧ୍ୟ ଆହତ କାରଣରୁ ଦିନିକିଆ ସିରିଜର ପ୍ରଥମ ମ୍ୟାଚରେ ଉପଲବ୍ଧ ହେବେ ନାହିଁ । ଉଭୟଙ୍କ ସ୍ଥାନରେ ଜୋଶ ଫିଲିପ ଓ ମାଥ୍ୟୁ କୁହନେମନଙ୍କୁ ସ୍ଥାନ ମିଳିଛି । ତେବେ ଜାମ୍ପା ଓ ଇଂଲିଶ ଦ୍ୱିତୀୟ ମ୍ୟାଚ୍ ଖେଳିବେ । ଆହତ କାରଣରୁ ଅଧିନାୟକ ପାଟ୍ କମିନ୍ସ ଏହି ସିରିଜ୍ ପାଇଁ ପ୍ରଥମରୁ ଦଳରୁ ବାଦ୍ ପଡିଛନ୍ତି । ତାଙ୍କ ସ୍ଥାନରେ ମିଚେଲ୍ ମାର୍ଶ ଦଳର ନେତୃତ୍ୱ ନେଉଛନ୍ତି ।
ଅଷ୍ଟ୍ରେଲିଆ: ମିଚେଲ ମାର୍ଶ (ଅଧିନାୟକ), ଜାଭିୟର ବାର୍ଟଲେଟ୍, ଆଲେକ୍ସ କେରି, କୁପର କନୋଲି, ବେନ୍ ଦ୍ୱାରସୁଇସ୍, ନାଥନ୍ ଏଲିସ୍, ମାର୍ନସ ଲାବୁସେନ, ଜୋଶ୍ ହାଜେଲଉଡ୍, ଟ୍ରାଭିସ୍ ହେଡ୍, ମିଚେଲ ଓୱେନ୍, ମ୍ୟାଟ୍ ରେନଶା, ମାଥ୍ୟୁ ସର୍ଟ, ମିଚେଲ ଷ୍ଟାର୍କ, ମାଥ୍ୟୁ କୁନେମାନ, ଜୋଶ୍ ଫିଲିପ୍।
Also read: ICC ମାସର ଶ୍ରେଷ୍ଠ ଖେଳାଳି ହେଲେ ଅଭିଷେକ ଶର୍ମା, ସ୍ମୃତି ମନ୍ଧାନା