ନୂଆଦିଲ୍ଲୀ: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ମ୍ୟାଚ୍ ସମୟରେ ଏକ ବଡ଼ଧରଣର ବିବାଦ ଦେଖିବାକୁ ମିଳିଛି। ମ୍ୟାଚ୍ ସମୟରେ ଆଉଟ୍ ହୋଇ ଫେରୁଥିବା ବେଳେ ଭାରତୀୟ ବ୍ୟାଟର ଯଶସ୍ୱୀ ଜୟସ୍ୱାଲ ଏବଂ ଶ୍ରୀଲଙ୍କା ଖେଳାଳି ଅସିତା ଫର୍ଣ୍ଣାଣ୍ଡୋଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହି ଘଟଣାକୁ ନେଇ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଥିବା ବେଳେ ଜୟସ୍ୱାଲ ନିଜେ ଏହା ଉପରେ ପ୍ରତିକ୍ରିୟା ରଖି ନୂତନ ବିବାଦ ସୃଷ୍ଟି କରିଛନ୍ତି।
କୋଲମ୍ବୋରେ ଚାଲିଥିବା ମ୍ୟାଚ୍ର ପ୍ରଥମ ଦିନରେ ଆଉଟ୍ ହୋଇ ପାଭିଲିୟନକୁ ଫେରୁଥିବା ସମୟରେ ଜୟସ୍ୱାଲ ଶ୍ରୀଲଙ୍କା ବୋଲର ଅସିତା ଫର୍ଣ୍ଣାଣ୍ଡୋଙ୍କ ସହ ତର୍କବିତର୍କକୁ ଓହ୍ଲାଇଥିଲେ। ପରିସ୍ଥିତି ଏପରି ହୋଇଥିଲା ଯେ ହାତାହାତି ହେବାରୁ ଅଳ୍ପକେ ବର୍ତ୍ତିଯାଇଥିଲେ ଖେଳାଳିମାନେ।ଏହି ଘଟଣାକୁ ନେଇ କ୍ରିକେଟ୍ କମେଣ୍ଟର ହର୍ଷା ଭୋଗଲେ କ୍ରିକବଜ୍ରେ ଆଲୋଚନା କରି କହିଥିଲେ ଯେ ଜୟସ୍ୱାଲଙ୍କର ଏପରି ଶ୍ରୀଲଙ୍କା ଖେଳାଳିଙ୍କ ସହ ଉଲ୍ଝିବା ଉଚିତ ନଥିଲା ଏବଂ ପରିସ୍ଥିତିରୁ ଚୁପ୍ଚାପ୍ ଚାଲିଯିବା ବୁଦ୍ଧିମାନର କାମ ହୋଇଥାନ୍ତା।
ସୋସିଆଲ ମିଡିଆରେ ଏକ ଭିଡିଓ କ୍ଲିପ୍ ଭାଇରାଲ ହେବା ପରେ ଜୟସ୍ୱାଲ ସେହି ପୋଷ୍ଟର କମେଣ୍ଟ ବକ୍ସରେ ନିଜେ ଜବାବ ଦେଇ ଲେଖିଛନ୍ତି ଯେ, "ଯଦି ଆପଣ ଜାଣିନାହାନ୍ତି ଯେ ସେ କ'ଣ କହିଥିଲେ, ତେବେ ଦୟାକରି ନିଜର ନିଷ୍ପତ୍ତି ଶୁଣାନ୍ତୁ ନାହିଁ। ଯଦି କେହି ସୀମା ପାର କରେ, ତେବେ ଆମେ ମଧ୍ୟ ଜବାବ ଦେବାକୁ ଜାଣିଛୁ।"
Also Read: ବିଦେଶ ମାଟିରେ ଇତିହାସ ରଚିଲେ ଋଷଭ ପନ୍ତ, ଏମଏସ ଧୋନିଙ୍କ ରେକର୍ଡ ଧ୍ୱସ୍ତ