ଭୁବନେଶ୍ୱର: ଏଣିକି ଜନସାଧାରଣଙ୍କୁ ସେବା ଦେବାରେ ଅବହେଳା କଲେ ନିଜେ ତଣ୍ଡ ଗଣିବେ ସମ୍ପୃକ୍ତ ଅଧିକାରୀ । ଜନତାଙ୍କ ଆବେଦନକୁ ବିନା କାରଣରେ ପକାଇ ରଖିବା କିମ୍ବା ସମାଧାନ ନ କରିବା ବଦଳରେ ନିଜ ଦରମାରୁ ଅଧିକାରୀମାନେ ଫାଇନ୍ ଦେବେ । ଏ ନେଇ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ମାର୍ଗଦର୍ଶିକା ଜାରି କରାଯାଇଛି ।
ଓଡ଼ିଶା ସାଧାରଣ ସେବା ଅଧିକାର ଆଇନ ୨୦୧୨ ଅଧିନରେ ଜନସାଧାରଣଙ୍କୁ ନିର୍ଦ୍ଧାରିତ ସମୟ ମଧ୍ୟରେ ସେବା ପ୍ରଦାନ କରିବା ସୁନିଶ୍ଚିତ କରେ । ଏହି ସେବାକୁ ଆହୁରି ସୁଦୃଢ଼ ଓ ସୁନିଶ୍ଚିତ କରିବାକୁ ଏକ ସ୍ୱତଃ ଆବେଦନ ବା ଅଟୋ-ଅପିଲ୍ ବ୍ୟବସ୍ଥା ଲାଗୁ କରାଯାଇଛି । ଏହାର ଏସଓପି ଅନୁସାରେ ଯେକୌଣସି ବିଭାଗର ଅଧିକାରୀଙ୍କୁ ଆସୁଥିବା ଅଭିଯୋଗକୁ ସମ୍ପୃକ୍ତ ଅଧିକାରୀଙ୍କୁ ମନେ ପକାଇଦେବ । ଯଦି ଏହା ପରେ ମଧ୍ୟ ସମ୍ପୃକ୍ତ ଅଧିକାରୀ ନିଜ କର୍ତ୍ତବ୍ୟରେ ଅବହେଳା କରିଥିବା ନଜର ଆସିବେ ତେବେ ତାଙ୍କ ଦରମାରୁ ସେ ନିଜର ତଣ୍ଡ ଗଣିବେ ।
ସ୍ୱୟଂ-ଅପିଲ୍ ସିଷ୍ଟମ୍ ସାଧାରଣ ସେବା ପାଇଁ ଆବେଦନ କରୁଥିବା ଆବେଦନକୁ ସ୍ୱୟଂଚାଳିତ ଭାବରେ ଆପେଲେଟ୍ କର୍ତ୍ତୃପକ୍ଷଙ୍କ ନିକଟକୁ ପଠାଇବା ପାଇଁ ଡିଜାଇନ୍ କରାଯାଇଛି । ଯେତେବେଳେ ନିଯୁକ୍ତ ଅଧିକାରୀ ଆଇନ ଅନୁଯାୟୀ ସୂଚିତ ସମୟ ସୀମା ମଧ୍ୟରେ ଆବେଦନରେ ସେବା ପ୍ରଦାନ କରିବାରେ ବିଫଳ ହେବେ ତେବେ ଏହା ଆପିଲେଟ୍ କର୍ତ୍ତୃପକ୍ଷଙ୍କ ନିକଟକୁ ଯିବ । ସେଠାରେ ଆପିଲେଟ୍ କର୍ତ୍ତୃପକ୍ଷଙ୍କ ଦ୍ୱାରା ୩୦ ଦିନ ମଧ୍ୟରେ ସମାଧାନ ନ ହୁଏ ତେବେ ସେହି ବ୍ୟବସ୍ଥା ସ୍ୱୟଂଚାଳିତ ଭାବରେ ଆବେଦନଟି ରିଭିଜିନାଲ୍ କର୍ତ୍ତୃପକ୍ଷଙ୍କ ନିକଟରୁ ଯିବ । ତେବେ ମାମଲା ସମାଧାନରେ ବିଳମ୍ବକୁ ନେଇ ସମ୍ପୃକ୍ତ ଅଧିକାରୀଙ୍କୁ ଫାଇନ୍ ଦେବାକୁ ପଡ଼ିବ । ପ୍ରତ୍ୟେକ ଦିନ ହିସାବରେ ୨୫୦ ଟଙ୍କା ଲେଖାଏଁ ଏବଂ ଉଚିତ କାରଣ ନ ଦର୍ଶାଇଲେ ଅତିବେଶୀରେ ୫୦୦୦ ଟଙ୍କା ପର୍ୟ୍ୟନ୍ତ ତଣ୍ଡ ଗଣିବେ ।