ରାଉରକେଲା: ରାଉରକେଲା ପୋଲିସକୁ ବଡ ସଫଳତା। ଜଙ୍ଗଲରୁ ବିପୁଳ ମାଓ ବିସ୍ଫୋରକ ଜବତ । କେ ବଲାଙ୍ଗ ଥାନା ନିକଟ ଜଙ୍ଗଲରୁ ଜବତ କଲା ପୋଲିସ । ଝାଡ଼ଖଣ୍ଡ ଓ ରାଉରକେଲା ପୋଲିସର ମିଳିତ ରେଡ୍ରେ ଜବତ ହୋଇଛି AK-47, ଆଇଇଡି ସହ ବିପୁଳ ମାଓ ସାମଗ୍ରୀ ଜବତ।
ସାଧାରଣ ନାଗରିକ ଏବଂ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ୍ କରିବା ତଥା ଅଞ୍ଚଳରେ ହିଂସାତ୍ମକ କାର୍ଯ୍ୟକଳାପ ଘଟାଇବା ପାଇଁ ଏସବୁ ସାମଗ୍ରୀ ଗଚ୍ଛିତ ରଖାଯାଇଥିଲା ବୋଲି ପୋଲିସ ସନ୍ଦେହ କରୁଛି। ଉଦ୍ଧାର ହୋଇଥିବା ପ୍ରାୟ ସାମଗ୍ରୀ ମଧ୍ୟରେ ଖାଲି ଡିଟୋନେଟର କ୍ୟାପ୍, କ୍ରାକର୍,ଗନ୍ ପାଉଡର ଏବଂ ସ୍ପ୍ଲିଣ୍ଟର ରହିଛି। ଏହା ସହିତ ତାର, ରୁଟ୍ସ ଅଟୋ ଡିଭାଇସ୍, କୋଡେକ୍ସ ତାରର ବଣ୍ଡଲ୍, ରିଚାର୍ଜେବଲ୍ ବ୍ୟାଟେରୀ, ବେଲ୍ଟ, ଛୁରୀ, କଇଞ୍ଚି, ମାଓବାଦୀ ପୁସ୍ତିକା ଜବତ ହୋଇଛି।