ଭୁବନେଶ୍ୱର: ବନ୍ୟାର ଦ୍ୱିତୀୟ ପର୍ଯ୍ୟାୟରେ କେବଳ ଲୋକେ ନୁହେଁ, ଲକ୍ଷାଧିକ ପଶୁପକ୍ଷୀ ମଧ୍ୟ ଦୁର୍ଦ୍ଦଶାର ଶିକାର ହୋଇଛନ୍ତି। ପରିସ୍ଥିତିକୁ ମୁକାବିଲା ପାଇଁ ପଶୁସମ୍ପଦ ବିଭାଗ ବଡ଼ ପଦକ୍ଷେପ ନେଇ ୫୧ଟି ଭେଟେରିନାରୀ ରାପିଡ୍ ରେସପନ୍ସ ଟିମ୍ ମୁତୟନ କରିଛି।
ବିଭାଗର ତଥ୍ୟ ଅନୁସାରେ, ରାଜ୍ୟର ୭ଟି ଜିଲ୍ଲାର ୩୩ଟି ବ୍ଲକର ୧,୪୯୩ଟି ଗାଁ ବନ୍ୟା ପ୍ରଭାବିତ ହୋଇଛି। ଏଥିରେ ୧,୦୪,୬୬୩ ଜଣ ଚାଷୀଙ୍କର ୫,୪୮,୫୩୫ଟି ପଶୁପକ୍ଷୀ ପ୍ରଭାବିତ ହୋଇଛନ୍ତି।
କେତେ ପଶୁ ପ୍ରଭାବିତ?
- ୩,୫୨,୩୦୧ ବଡ଼ ପଶୁ
- ୧,୯୬,୨୩୪ ଛୋଟ ପଶୁ
- ୫୬,୯୭୩ କୁକୁଡ଼ା ପକ୍ଷୀ
ବନ୍ୟାରେ ୫୧ ପଶୁ ମୃତ
ଦୁଃଖର ବିଷୟ, ବନ୍ୟାରେ ୫୧ଟି ପଶୁଙ୍କ ମୃତ୍ୟୁ ଘଟିଛି। ଏଥିରେ ୨୫ଟି ବଡ଼ ଓ ୨୬ଟି ଛୋଟ ପଶୁ ରହିଛନ୍ତି। ୪୯ଟି ମୃତ ପଶୁଙ୍କ ମୃତଦେହକୁ ସୁରକ୍ଷିତ ଭାବେ ନିଷ୍କାସନ କରାଯାଇଛି।
୨୧ ହଜାରରୁ ଅଧିକ ପଶୁଙ୍କ ଚିକିତ୍ସା
ପ୍ରଭାବିତ ଅଞ୍ଚଳରେ ବିଭାଗ ପକ୍ଷରୁ ୩୯୯ଟି ପଶୁ ସ୍ୱାସ୍ଥ୍ୟ ଶିବିର ଆୟୋଜନ କରାଯାଇଛି।
ବର୍ତ୍ତମାନ ସୁଦ୍ଧା:
- ୨୧,୭୬୩ ପଶୁଙ୍କୁ ଚିକିତ୍ସା
- ୩୭,୧୫୦ ପଶୁଙ୍କୁ ଟିକାକରଣ
- ୧୭୭ ପଶୁଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର
- ୧୦ଟି ପଶୁ ଆଶ୍ରୟସ୍ଥଳରେ ରଖାଯାଇଛି
ଖାଦ୍ୟ ଓ କଣ୍ଟ୍ରୋଲ ରୁମ୍ ବ୍ୟବସ୍ଥା
ପଶୁଙ୍କ ଖାଦ୍ୟ ପାଇଁ ୧୩୪୬.୯୭ ମେଟ୍ରିକ୍ ଟନ୍ କ୍ୟାଟଲ୍ ଫିଡ୍ ପହଞ୍ଚାଯାଇଥିବା ବେଳେ ୧୨୬୬.୩୩ ମେଟ୍ରିକ୍ ଟନ୍ ଚାଷୀଙ୍କୁ ବଣ୍ଟନ କରାଯାଇଛି। ବନ୍ୟା ପରିସ୍ଥିତି ଉପରେ ନଜର ରଖିବା ପାଇଁ ରାଜ୍ୟ, ଜିଲ୍ଲା ଓ ବ୍ଲକ ସ୍ତରରେ ୩-ସ୍ତରୀୟ ମନିଟରିଂ ବ୍ୟବସ୍ଥା ଏବଂ ସିଫ୍ଟ ଭିତ୍ତିକ କଣ୍ଟ୍ରୋଲ ରୁମ୍ କାର୍ଯ୍ୟକାରୀ କରାଯାଇଛି।