ଜୟପୁର: କକରୋଚ୍ ଜନତା ପାର୍ଟି(ସିଜେପି)ର ଅଭିଯାନ ପରେ ଏବେ ରାଜସ୍ଥାନ ସରକାର ଆଲର୍ଟ ମୋଡରେ ଆସିଛନ୍ତି । ଖବର ଅନୁଯାୟୀ, ଗତ ଶନିବାର ରାଜ୍ୟ ସରକାର ନିଜର ଏକ ଆଦେଶରେ ସରକାରୀ ବିଦ୍ୟାଳୟଗୁଡିକର ସ୍ଥିତି ସୁଧାରିବା ପାଇଁ ୧୨ ହଜାର କୋଟିରୁ ଅଧିକ ଅର୍ଥରାଶି ମଞ୍ଜୁର କରିଛନ୍ତି । ଏପରିକି ଯେଉଁଠି ସିଜେପି କର୍ମୀଙ୍କ ଉପରେ ଆକ୍ରମଣ ହୋଇଥିଲା, ସେଠାକାର ସ୍କୁଲରେ ସେପ୍ଟେମ୍ବର ୧ରୁ କାମ ଆରମ୍ଭ ହେବାକୁ ଯାଉଛି ।
ମିଡିଆ ରିପୋର୍ଟ ଅନୁସାରେ, ରାଜସ୍ଥାନ ସରକାର ୩ ବର୍ଷିଆ ଯୋଜନା ଉପସ୍ଥାପନ କରିଛନ୍ତି, ଯାହାରି ଆଧାରରେ ୧୨ ହଜାର ୫୦୦ କୋଟି ଖର୍ଚ୍ଚ କରି ସ୍କଲୁକୁ ଉନ୍ନତ କରାଯିବ । ଖାସ୍ କଥା ଏହି ବିବାଦ ସେହି ସମୟରେ ହୋଇଛି ଯେବେ ରାଜସ୍ଥାନରେ ସ୍ଥାନୀୟ ନିର୍ବାଚନ ହେବାକୁ ଯାଉଛି । ଅନ୍ୟପଟେ ସିଜେପି ଏବଂ ବିରୋଧୀ ଦଳ ସ୍କୁଲର ଅବସ୍ଥାକୁ ଏକ ବଡ ପ୍ରସଙ୍ଗ କରିବାକୁ ଯାଉଛନ୍ତି ।
ରାଜସ୍ଥାନର ରାମପୁରା ଅଞ୍ଚଳରେ ସ୍କୁଲଗୁଡ଼ିକର ଅବ୍ୟବସ୍ଥା ଓ ଜର୍ଜର ଅବସ୍ଥାକୁ ନେଇ ପ୍ରଶ୍ନ ଉଠିଥିଲା। ସ୍କୁଲ ଭିତରେ ଅବ୍ୟବସ୍ଥା ଦେଖିବାକୁ ମିଳିବା ପରେ ଏହାକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଜୋର ଧରିଥିଲା।
ଲଗୁଡ଼ିକର ଏଭଳି ଦୟନୀୟ ଅବସ୍ଥା ଏବଂ ବିଭିନ୍ନ ଅଭିଯୋଗ ପରେ ସରକାର ତତ୍ପରତା ପ୍ରକାଶ କରିଛନ୍ତି। ଏହି ପ୍ରସ୍ତାବ ଅଧୀନରେ ସ୍କୁଲଗୁଡ଼ିକର ସ୍ଥିତି ସୁଧାରିବା ପାଇଁ ୧୨ ହଜାର କୋଟି ଟଙ୍କା ବ୍ୟୟ କରାଯିବ ବୋଲି ସ୍ଥିର ହୋଇଛି।ଏହି ଅର୍ଥ ଦ୍ୱାରା ସ୍କୁଲଘରର ମରାମତି, ପିଲାମାନଙ୍କ ପାଇଁ ମୌଳିକ ସୁବିଧା ଏବଂ ଶିକ୍ଷାଗତ ବାତାବରଣକୁ ଅଧିକ ଉନ୍ନତ କରାଯିବ, ଯାହାଦ୍ୱାରା ଛାତ୍ରଛାତ୍ରୀମାନେ ଏକ ଭଲ ପରିବେଶରେ ପାଢ଼ୀ ପଢ଼ିପାରିବେ।
Also Read: ଆନ୍ଦୋଳନକାରୀଙ୍କ ସମର୍ଥନରେ ଆସିଲେ ସିଏମ ବିଜୟ, ରଦ୍ଦ କଲେ ଏୟାରପୋର୍ଟ ପ୍ରୋଜେକ୍ଟ