ମୁୁମ୍ବାଇ: ଗଣେଶ ଉତ୍ସବକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ରରେ ପ୍ରସ୍ତୁତି ଜୋରସୋରରେ ଚାଲିଛି । ବିଭିନ୍ନ ପୂଜା ମଣ୍ଡପକୁ ମୂର୍ତ୍ତି ଆସିବାରେ ଲାଗିଛି । ଅନେକ ସ୍ଥାନରେ ଭଗବାନ ଗଣେଶଙ୍କ ଆଗମନରେ ଶୋଭାଯାତ୍ରା ବାହାର କରାଯାଉଛି । ମୁମ୍ବାଇରେ ବଡ ବଡ ପେଣ୍ଡାଲରେ ଭବ୍ୟ ପ୍ରତୀମା ରଖା ଯାଉଛି । ଏହି କ୍ରମରେ ମଝଗାଓଁରେ ଗଣେଶ ମୂର୍ତ୍ତି ଅଣାଯିବା ସମୟରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଛି । ଏହା ପରେ ସ୍ଥାନୀୟ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ମଝଗାଓଁରେ ବ୍ୟାପକ ମାତ୍ରାରେ ପୋଲିସ ବଳ ମୁତୟନ କରାଯାଇଛି।
ସୂଚନା ଅନୁଯାୟୀ, ପେଣ୍ଡାଲରୁ ଅଳ୍ପ କିଛି ଦୂରରେ ଏକ କୋଠାରୁ ମୂର୍ତ୍ତି ଶୋଭା ଯାତ୍ରା ଉପରକୁ ଗଣ୍ଡାମାଡ କରାଯାଇଛି । ଏହା ପରେ ଦୁଇ ଗୋଷ୍ଠୀ ମଧ୍ୟରେ ଉତ୍ତେଜନା ବଢି ଯାଇଛି । ଏହା ମଧ୍ୟରେ ମହାରାଷ୍ଟ୍ର ସରକାରରେ ମନ୍ତ୍ରୀ ନିତେଶ ରାଣା ଗଭୀର ଅସନ୍ତୋଷ ପ୍ରକାଶ କରି କହିଛନ୍ତି, ଯଦି ଏହିପରି ଘଟଣା ଘଟିବ ତେବେ ମନେ ରଖ ଆଗକୁ ଇଦ ବି ଆସୁଛି ।
ନିତେଶ ରାଣା କହିଛନ୍ତି, ଏଠାରେ ୯୦ ପ୍ରତିଶତ ହିନ୍ଦୁ ରହୁଛନ୍ତି । ହିନ୍ଦୁ ପାର୍ବଣର ବିରୋଧକୁ ବରଦାସ୍ତ କରାଯାଇପାରିବନି । ଯଦି ହିନ୍ଦୁ ପର୍ବପର୍ବାଣୀ ସମୟରେ ଯେପରିକି ଗଣେଶ ଉତ୍ସବ, ଶୋଭାଯାତ୍ରା ଉପରେ ପଥର ଏବଂ ଅଣ୍ଡା ଫିଙ୍ଗାଯିବ ତେବେ ପୋଲିସ ନିଶ୍ଚିତ ରୂପେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ । ଯଦି ହିନ୍ଦୁ ପାର୍ବଣ ସହିତ ଏମିତି ବ୍ୟବହାର କରାଯିବ ତେବେ ଜିହାଦୀଙ୍କୁ କଦାପି ଛାଡିବୁ ନାହିଁ ବୋଲି ମନ୍ତ୍ରୀ କହିଛନ୍ତି ।
ଘଟଣା ସାମ୍ନାକୁ ଆସିବା ପରେ ପୋଲିସ ଏବଂ ପ୍ରଶାସନ ତତ୍ପରତା ପ୍ରକାଶ କରିଛି। ସ୍ଥାନୀୟ ଅଞ୍ଚଳରେ ଆଇନଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣରେ ରଖିବା ପାଇଁ ଅତିରିକ୍ତ ସୁରକ୍ଷା ବାହିନୀ ମୁତୟନ କରାଯିବା ସହ ତଦନ୍ତ ଜାରି ରହିଛି।ମନେ ରଖିବା ଉଚିତ ଯେ ଆଗକୁ ଇଦ୍ ପର୍ବ ମଧ୍ୟ ଆସୁଛି। ତାଙ୍କର ଏହି ମନ୍ତବ୍ୟକୁ ନେଇ ଏବେ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି।
Also Read: ମଦ୍ରାସାରେ ବେଆଇନ ନିଯୁକ୍ତି! କାର୍ଯ୍ୟାନୁଷ୍ଠାନ ନେବେ ଯୋଗୀ ସରକାର