ଢେଙ୍କାନାଳ: ଢେଙ୍କାନାଳ ଢେଙ୍କାନାଳ ବନଖଣ୍ଡ ଷଡ଼ଙ୍ଗୀ ରେଞ୍ଜ ଅନ୍ତର୍ଗତ ଶ୍ରୀମନ୍ତପୁର ନିକଟରେ ଏକ ହାତୀର ମୃତ ଦେହ ଠାବ ହୋଇଛି । ସୋଲାନ୍ ଫେନସିଂ ଲାଗି ହାତୀର ମୃତ୍ୟୁ ହୋଇଥିବା ଅନୁମାଲ କରାଯାଉଛି ।
ଢେଙ୍କାନାଳ ବନଖଣ୍ଡ ଷଡ଼ଙ୍ଗୀ ବନାଞ୍ଚଳ ଅନ୍ତର୍ଗତ ଶ୍ରୀମନ୍ତପୁର ଗ୍ରାମ ନିକଟସ୍ଥ ଧାନ ବିଲ ନିକଟରେ ଏକ ହାତୀର ରେ ମୃତଦେହ ପଡ଼ିଥିବା ଗ୍ରାମବାସୀ ଦେଖି ବନ ବିଭାଗକୁ ଖବର ଦେଇଥିଲେ । ବନବିଭାଗ ଅଧିକାରୀ ପହଁଚି ହାତୀର ମୃତଦେହ ଜବତ କରିଛନ୍ତି । ମୃତ ହାତୀର ବୟସ ୯ ରୁ ୧୦ବର୍ଷ ହେବ ବୋଲି ଅନୁମାନ କରାଯାଇଛି । ଧାନ ବିଲରେ ଲାଗିଥିବା ସୋଲାର ଫେନସିଂ ତାର ଲାଗି ହାତୀ ଛୁଆର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି । ତେବେ ଶବ ବ୍ୟବଚ୍ଛେଦ ପରେ ହାତୀ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ବନ ବିଭାଗ କହିଛି ।