କୋରାପୁଟ: ଲଘୁଚାପର ପ୍ରଭାବରେ କୋରାପୁଟ ଜିଲ୍ଲାରେ ଲଗାଣ ବର୍ଷା ଜାରି ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ଜିଲ୍ଲାରେ ମୋଟ ୬୩୮ ମିଲିମିଟର ବର୍ଷା ରେକର୍ଡ ହୋଇଥିବା ନେଇ ଜିଲ୍ଲା ଜରୁରୀକାଳୀନ ବିଭାଗ ସୂଚନା ଦେଇଛି। ଲଗାତାର ବର୍ଷା ଯୋଗୁଁ ବିଭିନ୍ନ ନଦୀ ଓ ନାଳର ଜଳସ୍ତର ବଢ଼ୁଥିବା ବେଳେ ନିମ୍ନାଞ୍ଚଳରେ ସତର୍କତା ଜାରି କରାଯାଇଛି।
ଜିଲ୍ଲାର ବିଭିନ୍ନ ବ୍ଲକରେ ଭଲ ବର୍ଷା ହୋଇଥିବା ବେଳେ ଜୟପୁରରେ ସର୍ବାଧିକ ୯୬ ମିଲିମିଟର ବର୍ଷା ରେକର୍ଡ ହୋଇଛି। ସେହିପରି ବୋରିଗୁମାରେ ୭୫.୬ ମିମି, କୁନ୍ଦୁରାରେ ୬୨ ମିମି, ଦଶମନ୍ତପୁରରେ ୬୦ ମିମି ଏବଂ ବୈପାରୀଗୁଡ଼ା ଓ ଲମତାପୁଟରେ ୫୮ ମିମି ବର୍ଷା ହୋଇଛି।
ପ୍ରଶାସନ ପକ୍ଷରୁ ବର୍ଷା ପରିସ୍ଥିତି ଉପରେ କଡ଼ା ନଜର ରଖାଯାଇଛି। ଲୋକଙ୍କୁ ଅନାବଶ୍ୟକ ଭାବେ ନଦୀ ଓ ପୋଲ ନିକଟକୁ ନ ଯିବାକୁ ପରାମର୍ଶ ଦିଆଯାଇଥିବା ବେଳେ ବର୍ଷା ଜାରି ରହିଲେ ଆହୁରି ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା କରାଯାଉଛି।