ନୂଆଦିଲ୍ଲୀ: ଭାରତର ଷ୍ଟାର୍ ବ୍ୟାଡମିଣ୍ଟନ୍ ଖେଳାଳି ପିଭି ସିନ୍ଧୁଙ୍କୁ ୨୦୨୬ ବିଶ୍ୱ ଚାମ୍ପିଅନସିପ୍ରୁ ନିରାଶ ହୋଇ ବାଦ୍ ପଡ଼ିବାକୁ ପଡ଼ିଛି। ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧୀ ଇଣ୍ଡୋର ଷ୍ଟାଡିୟମରେ ଖେଳାଯାଇଥିବା ରାଉଣ୍ଡ-ଅଫ୍-୧୬ ମୁକାବିଲାରେ ଚୀନର ପ୍ରତିଦ୍ୱନ୍ଦ୍ୱୀ ୱାଙ୍ଗ୍ ଝି ୟୀଙ୍କଠାରୁ ପରାଜୟର ସାମ୍ନା କରିଛନ୍ତି ସିନ୍ଧୁ।
ମହିଳା ସିଙ୍ଗଲ୍ସ ବିଭାଗରେ ଖେଳାଯାଇଥିବା ଏହି ରୋମାଞ୍ଚକର ମ୍ୟାଚ୍ରେ ଚୀନ୍ ଖେଳାଳି ସିନ୍ଧୁଙ୍କୁ ତିନି ସେଟ୍ର ସଂଘର୍ଷପୂର୍ଣ୍ଣ ମ୍ୟାଚ୍ରେ ୨୧-୧୧, ୧୫-୨୧, ୨୧-୧୭ ଗୋଲ୍ ବ୍ୟବଧାନରେ ପରାସ୍ତ କରିଛନ୍ତି। ବିଶ୍ୱ ଚାମ୍ପିଅନସିପ୍ ଇତିହାସରେ ସିନ୍ଧୁ ପ୍ରଥମଥର ପାଇଁ କୌଣସି ଚୀନ୍ ଖେଳାଳିଙ୍କ ବିପକ୍ଷରେ ପରାଜୟ ବରଣ କରିଛନ୍ତି। ଏହାପୂର୍ବରୁ ଅଲିମ୍ପିକ୍ ପଦକ ବିଜେତା ସିନ୍ଧୁ ଚୀନ୍ ଖେଳାଳିମାନଙ୍କୁ ବିଭିନ୍ନ ମଞ୍ଚରେ ୮ ଥର ପରାସ୍ତ କରିଥିବାବେଳେ ୱାଙ୍ଗ୍ ଏହି ବିଜୟ ହାସଲ କରିବାରେ ପ୍ରଥମ ଚୀନ ଖେଳାଳି ପାଲଟିଛନ୍ତି।
ଏପରି ଥିଲା ମ୍ୟାଚ୍
ପ୍ରଥମ ସେଟ୍ରେ ୨୧-୧୧ରେ ପଛୁଆ ରହିବା ପରେ ସିନ୍ଧୁ ଦ୍ୱିତୀୟ ସେଟ୍ରେ ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରି ୨୧-୧୫ରେ ବିଜୟୀ ହୋଇଥିଲେ। ମ୍ୟାଚ୍ ନିର୍ଣ୍ଣାୟକ ତୃତୀୟ ସେଟ୍ ଆଡ଼କୁ ଯାଇଥିଲା, ଯେଉଁଥିରେ ସିନ୍ଧୁ ୩-୦ ଏବଂ ପରେ ୮-୪ ଏପରିକି ଇଣ୍ଟରଭାଲ୍ ପର୍ଯ୍ୟନ୍ତ ୧୧-୧୦ର ଅଗ୍ରଣୀ ହାସଲ କରିଥିଲେ। ଲାଗୁଥିଲା ଯେ ସିନ୍ଧୁ ସହଜରେ ମ୍ୟାଚ୍ ଜିତିଯିବେ, ମାତ୍ର ୱାଙ୍ଗ୍ ଝି ୟୀ ଶେଷ ପର୍ଯ୍ୟନ୍ତ ଦୃଢ଼ ସଂଘର୍ଷ କରି ଶେଷ ସେଟ୍କୁ ୨୧-୧୭ରେ ନିଜ ନାମରେ କରିଥିଲେ ଏବଂ କ୍ୱାର୍ଟର ଫାଇନାଲ୍ରେ ପ୍ରବେଶ କରିଥିଲେ।