ଢାକା:କ୍ରିକେଟ୍ ଇତିହାସରେ ଏକ ଅଭୂତପୂର୍ବ ଏବଂ ବଡ଼ ଧରଣର ବିଜୟ ହାସଲ କରିଛି ବାଂଲାଦେଶ କ୍ରିକେଟ୍ ଦଳ। ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ୍ରେ ବାଂଲାଦେଶ ୯ ଓ୍ୱିକେଟ୍ରେ ଜବରଦସ୍ତ ବିଜୟ ହାସଲ କରିଛି। ମ୍ୟାଚ୍ର ଚତୁର୍ଥ ପାଳିରେ ମାତ୍ର ୫୭ ରନ୍ର ଲକ୍ଷ୍ୟକୁ ପିଛା କରି ବାଂଲାଦେଶ ଏହାକୁ ଅତି ସହଜରେ ହାସଲ କରି ନେଇଛି। କ୍ରିକେଟ୍ ଇତିହାସରେ ଏହା ପ୍ରଥମ ଘଟଣା, ଯେଉଁଠାରେ ବାଂଲାଦେଶ ଅଷ୍ଟ୍ରେଲିଆ ମାଟିରେ କୌଣସି ଟେଷ୍ଟ ମ୍ୟାଚ୍ ଜିତିବାରେ ସଫଳ ହୋଇଛି। ସାମଗ୍ରିକ ଭାବେ ଟେଷ୍ଟ କ୍ରିକେଟ୍ ଇତିହାସରେ ଅଷ୍ଟ୍ରେଲିଆ ବିପକ୍ଷରେ ଏହା ବାଂଲାଦେଶର ଦ୍ୱିତୀୟ ବିଜୟ।
ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୧୯୮ ରନରେ ଅଲଆଉଟ୍ ହେବା ପରେ ବାଂଲାଦେଶ ତଞ୍ଜିଦ ହସନ ତମିମଙ୍କ ଶତକ ସହ ଅଧିନାୟକ ନଜମୁଲ ହୁସେନ ସାଣ୍ଟୋ ୮୪ ରନ ଓ ମେହିଦି ହସନ ମିର୍ଜା ୬୫ ରନ ବଳରେ ୪୨୬ ରନ କରିଥିଲା । ପୁଣି ଅଷ୍ଟ୍ରେଲିଆ ଦ୍ୱିତୀୟ ଇନିଂସରେ ୨୮୪ ରନରେ ଅଲଆଉଟ୍ ହୋଇଥିଲା । ପ୍ରଥମ ଇନିଂସ ଅଗ୍ରଣୀ ଭିତ୍ତିରେ ବାଂଲାଦେଶକୁ ୫୭ ରନର ବିଜୟ ଲକ୍ଷ୍ୟ ମିଳିଥିଲା, ଯାହାକୁ ଦଳ ସହଜରେ ହାସଲ କରି ୯ ୱିକେଟରେ ମ୍ୟାଚକୁ ଜିତି ନେଇଛି ।
୨୬ ବର୍ଷର ଅପେକ୍ଷା ଏବଂ ଐତିହାସିକ ସଫଳତା
୨୦୦୦ ମସିହାରେ ଅନ୍ତର୍ଜାତୀୟ ଟେଷ୍ଟ କ୍ରିକେଟ୍ ଖେଳିବା ଆରମ୍ଭ କରିଥିବା ବାଂଲାଦେଶ ଦଳ ଗତ ୨୬ ବର୍ଷରେ ଅଷ୍ଟ୍ରେଲିଆକୁ ତା’ର ଘରୋଇ ମାଟିରେ କେବେବି ପରାସ୍ତ କରିପାରି ନଥିଲା। ଅଢେଇ ଦଶନ୍ଧିର ଦୀର୍ଘ ଅପେକ୍ଷା ପରେ ବାଂଲାଦେଶ କ୍ରିକେଟ୍ ପାଇଁ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ ଯୋଡ଼ି ହୋଇଛି। ଦଳର ଏହି ବୃହତ ବିଜୟ ପଛରେ ଯୁବ ଦ୍ରୁତ ବୋଲର ହସନ ମହମୁଦଙ୍କର ଅତୁଳନୀୟ ଅବଦାନ ରହିଛି, ଯିଏ ମ୍ୟାଚ୍ରେ ୯ଟି ଓ୍ୱିକେଟ୍ ଅକ୍ତିଆର କରିଥିଲେ।
ଉଲ୍ଲେଖଯୋଗ୍ୟ, ଟେଷ୍ଟ କ୍ରିକେଟ୍ରେ ଅଷ୍ଟ୍ରେଲିଆ ବିପକ୍ଷରେ ବାଂଲାଦେଶର ପ୍ରଥମ ବିଜୟ ୨୦୧୭ରେ ଆସିଥିଲା। ସେତେବେଳେ ମୁସଫିକୁର ରହିମ୍ଙ୍କ ଅଧିନାୟକତ୍ୱରେ ବାଂଲାଦେଶ ଘରୋଇ ମଇଦାନ ଢାକାରେ ଅଷ୍ଟ୍ରେଲିଆକୁ ମାତ୍ ଦେଇଥିଲା। ଏହାର ୮ ବର୍ଷ ପରେ ବର୍ତ୍ତମାନ କଙ୍ଗାରୁ ଦଳକୁ ସେମାନଙ୍କ ନିଜ ଗଡ଼ରେ ହରାଇ ବାଂଲାଦେଶ ଆଉ ଏକ ନୂତନ କୀର୍ତ୍ତିସ୍ଥାନ ସ୍ଥାପନ କରିଛି।