ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ (BCCI) ଆଗାମୀ ସେପ୍ଟେମ୍ବର ମାସରେ ଏକ ବଡ଼ଧରଣର ଅଦଳବଦଳ କରିବାକୁ ଯାଉଥିବା ଚର୍ଚ୍ଚା ଜୋର ଧରିଛି। ସୂଚନା ଅନୁଯାୟୀ, ଟିମ୍ ଇଣ୍ଡିଆର ପୂର୍ବତନ ମହାନ ବ୍ୟାଟର ଏବଂ ବର୍ତ୍ତମାନର ସେଣ୍ଟର ଅଫ୍ ଏକ୍ସେଲେନ୍ସ (CoE) ର ପ୍ରମୁଖ ଭିଭିଏସ୍ ଲକ୍ଷ୍ମଣଙ୍କୁ ଏକ ନୂତନ ଏବଂ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ମିଳିପାରେ। ବୋର୍ଡ ତାଙ୍କୁ 'ଡାଇରେକ୍ଟର ଅଫ୍ କ୍ରିକେଟ୍'ଭାବରେ ନିଯୁକ୍ତି ଦେବା ନେଇ ବିଚାର କରୁଛି।
ବିସିସିଆଇରେ କିଛି ପ୍ରମୁଖ ପଦବୀକୁ ନେଇ ସମୀକ୍ଷା ଚାଲିଛି। ଜାତୀୟ ପୁରୁଷ ଚୟନ କମିଟିର ଅଧ୍ୟକ୍ଷ ଅଜିତ ଅଗରକରଙ୍କ କାର୍ଯ୍ୟକାଳ ସେପ୍ଟେମ୍ବର ମାସରେ ଶେଷ ହେବାକୁ ଯାଉଛି। ଏହାକୁ ନେଇ ମଧ୍ୟ ବିଚାରବିମର୍ଷ ଜାରି ରହିଛି ଯେ ତାଙ୍କ କାର୍ଯ୍ୟକାଳ ୨୦୨୭ ଜୁନ୍ ପର୍ଯ୍ୟନ୍ତ ବୃଦ୍ଧି କରାଯିବ କିମ୍ବା ବୋର୍ଡର ବ୍ୟାପକ ପୁନର୍ଗଠନ କରାଯିବ। ଏହି ସମୟରେ ଭିଭିଏସ୍ ଲକ୍ଷ୍ମଣଙ୍କୁ ଏକ ବଡ଼ ଭୂମିକାରେ ଦେଖିବାକୁ ମିଳିପାରେ ବୋଲି ଆଲୋଚନା ହେଉଛି।
ବଢ଼ିବ ଲକ୍ଷ୍ମଣଙ୍କ କାର୍ଯ୍ୟ ପରିସର
ଯଦି ଏହି ନୂତନ ନିଯୁକ୍ତି ଚୁଡ଼ାନ୍ତ ହୁଏ, ତେବେ ବେଙ୍ଗାଲୁରୁସ୍ଥିତ ସେଣ୍ଟର ଅଫ୍ ଏକ୍ସେଲେନ୍ସ (ପୁରୁଣା ଏନସିଏ) ପରିଚାଳନାଠାରୁ ଆରମ୍ଭ କରି ଲକ୍ଷ୍ମଣଙ୍କ କାର୍ଯ୍ୟକ୍ଷେତ୍ର ଆହୁରି ବ୍ୟାପକ ହେବ। ଏହି ନୂତନ ଭୂମିକା ମାଧ୍ୟମରେ ସେ ବରିଷ୍ଠ କ୍ରିକେଟ୍ ଦଳ, ଚୟନକର୍ତ୍ତା, କୋଚ୍ ଏବଂ ଭାରତୀୟ ଖେଳାଳି ବିକାଶ ପ୍ରଣାଳୀ ମଧ୍ୟରେ ସମନ୍ୱୟ ରକ୍ଷା କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିବେ ବୋଲି ଆଶା କରାଯାଉଛି।
Also Read: IPL 2027: କେକେଆର (KKR) କୁ ଯିବା ପାଇଁ ହାର୍ଦ୍ଦିକ ପାଣ୍ଡ୍ୟା ରଖିଲେ ବଡ଼ ସର୍ତ୍ତ! ଟ୍ରେଡକୁ ନେଇ ଆସିଲା ନୂଆ ଅପ୍ଡେଟ୍