ରାଉରକେଲା: ରାଉରକେଲାରେ ଏକ ଘରୋଇ ହସ୍ପିଟାଲରେ ଅଘଟଣ ଘଟିଯାଇଛି । ଜୟ ପ୍ରକାଶ ନାମକ ଏକ ଘରୋଇ ହସ୍ପିଟାଲର ୪ ମହଲାରୁ ଡେଇଁ ଜଣେ ରୋଗୀ ପ୍ରାଣ ହରାଇଛନ୍ତି । ମୃତକ ଜଣକ ଦୁର୍ଘଟଣାରେ ଗୁରୁତ ଆହତ ହୋଇ ଚିକିତ୍ସିତ ହେଉଥିଲେ ବୋଲି ଜଣାପଡ଼ିଛି ।
ବ୍ରାହ୍ମଣୀ ତରଙ୍ଗ ଥାନା ପୋଲିସ ଖବର ପାଇଁ ହସ୍ପିଟାଲରେ ପହଁଚିଛି । ଶବ ବ୍ୟବଚ୍ଛେଦ ପାଇଁ ରାଉରକେଲା ସରକାରୀ ହସ୍ପିଟାଲକୁ ମୃତଦେହକୁ ପୋଲିସ ପଠାଇ ଦେଇ ତଦନ୍ତ ଆରମ୍ଭ କରିଛି । ରୋଗୀ ଜଣକ କାହିଁକି ଏଭଳି ଚରମ ନିଷ୍ପତ୍ତି ନେଇଛନ୍ତି ସେ ନେଇ କୌଣସି ସୂଚନା ମିଳିପାରିନାହିଁ ।