ନୂଆଦିଲ୍ଲୀ: ଆସନ୍ତାକାଲି ପାଳନ ହେବାକୁ ଥିବା ୮୦ତମ ସ୍ୱାଧୀନତା ଦିବସ ଉପଲକ୍ଷେ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ୨୦୨୬ ବର୍ଷ ପାଇଁ ରାଷ୍ଟ୍ରପତି ପଦକ ଘୋଷଣା କରାଯାଇଛି । ଓଡ଼ିଶାର ୩ ଜଣ ବରିଷ୍ଠ ଅଧିକାରୀ ବିଶିଷ୍ଟ ସେବା ରାଷ୍ଟ୍ରପତି ପଦକ ପାଇଁ ମନୋନୀତ ହୋଇଛନ୍ତି । ସେହିପରି ଓଡ଼ିଶାରୁ ପୋଲିସ, ଅଗ୍ନିଶମ, ହୋମଗାର୍ଡ ଏବଂ କରେକ୍ସନାଲ୍ ସର୍ଭିସର୍ ମୋଟ ୧୫ ଜଣଙ୍କୁ ପ୍ରଶଂସନୀୟ ସେବା ପାଇଁ ପଦକ ଏବଂ ୫ ଜଣଙ୍କୁ ସାହସିକତା ପଦକ ପ୍ରଦାନ କରାଯିବ ।
ରାଷ୍ଟ୍ରପତି ପଦକ
ଓଡ଼ିଶା ପୋଲିସର ୨ ଜଣ ବରିଷ୍ଠ ଆଇପିଏସ୍ ଅଧିକାରୀଙ୍କୁ ରାଷ୍ଟ୍ରପତି ପଦକ ପ୍ରଦାନ କରାଯିବ । ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ ସଞ୍ଜୀବ ପଣ୍ଡା ଏବଂ ଡେପୁଟି ଆରକ୍ଷୀ ଅଧିକ୍ଷକ ସ୍ମିତାରାଣୀ ମହାନ୍ତି ଙ୍କୁ ଉଲ୍ଲେଖନୀୟ ସେବା ପାଇଁ ରାଷ୍ଟ୍ରପତି ପଦକ ପ୍ରଦାନ କରାଯିବ । ସେହିପରି ଅଗ୍ନିଶମ ବିଭାଗର ଆସିଷ୍ଟାଣ୍ଟ ଷ୍ଟେସନ ଅଫିସର ମଳୟ କୁମାର ମହାନ୍ତି ରାଷ୍ଟ୍ରପତି ପଦକ ଗ୍ରହଣ କରିବେ ।
ସାହସିକତା ପଦକ
ପୋଲିସ ବିଭାଗରେ ସାହସିକତା ପଦକ ପାଇଥିବା ବ୍ୟକ୍ତିମାନେ ହେଲେ ଏସଆଇ ମନ୍ମଥ କୁମାର ମହାପାତ୍ର, ହାବିଲଦାର ନିରାକାର ଭୁଏ, କମାଣ୍ଡୋ ସନ୍ତୋଷ ଗୁରୁଙ୍ଗ, କମାଣ୍ଡୋ ସୁମନ ପୁଣ ଓ କମାଣ୍ଡୋ ସୁରେଶ ଚନ୍ଦ୍ର ପୁଟ ।
ପ୍ରଶଂସନୀୟ ସେବା
ସେହିପରି ପ୍ରଶଂସନୀୟ ସେବା ପାଇଁ ପୋଲିସ ବିଭାଗରେ ୧୦ ଜଣଙ୍କୁ ପଦକ ପ୍ରଦାନ କରାଯିବ । ସେମାନେ ହେଲେ ଡିଏସପି ମନୋରଞ୍ଜନ ପାଇକରାୟ, ଡିଏସପି ସୁରେଶ କୁମାର ବଳ, ଇନସ୍ପେକ୍ଟର ଗୀତାଞ୍ଜଳୀ ପଣ୍ଡା, ଡେପୁଟି କମାଣ୍ଡାଣ୍ଟ ଭାବେଶ କୁମାର ନାୟକ, ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ପରେଶ କୁମାର ମିନତୀ ନନ୍ଦନ ପତି, କନଷ୍ଟେବଳ ଶ୍ୟାମାଳୀ ବିଶ୍ୱାସ, ଏସଆଇ ବରୁଣ କୁମାର ନାଏକ, ହାବିଲଦାର ସୁବାଷ ଚନ୍ଦ୍ର ତ୍ରିନାଥ ଗୌଡ଼, କନଷ୍ଟେବଳ ମସ୍ତାକ ଅଲି ଖାନ ଏବଂ ହାବିଲଦାର ପ୍ରଶାନ୍ତ କୁମାର ବିଶ୍ୱାଳ ।
ସେହିପରି ଅଗ୍ନିଶମ ବିଭାଗରେ ଡ୍ରାଇଭର୍ ହାବିଲଦାର ନୁଏଲ କେରକେଟ୍ଟା ଏବଂ ଆସିଷ୍ଟାଣ୍ଟ ଷ୍ଟେସନ ଅଫିସର ଅମିତାଭ ରାଜଙ୍କୁ ପ୍ରଶଂସନୀୟ ସେବା ପାଇଁ ପଦକ ପ୍ରଦାନ କରାଯିବ ।
ହୋମଗାର୍ଡ ଓ ସିଭିଲ୍ ସର୍ଭିସରେ ହୋମଗାର୍ଡ ଅଭିରାମ ସେଠୀ ଏବଂ କରେକ୍ସନାଲ୍ ସେବାରେ ଚିଫ୍ ୱାର୍ଡର୍ ପ୍ରମୋଦ କୁମାର ସ୍ୱାଇଁ ଏବଂ ୱାର୍ଡର୍ ବିଶ୍ୱନାଥ ପଣ୍ଡାଙ୍କୁ ପ୍ରଶଂସନୀୟ ସେବା ପାଇଁ ପଦକ ପ୍ରଦାନ କରାଯିବ ।