ଭୁବନେଶ୍ୱର: ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର। ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଖୁବଶୀଘ୍ର ଆସିବାକୁ ଯାଉଛନ୍ତି ଅନେକ ବିରଳ ଓ ବିଦେଶୀ ପ୍ରାଣୀ । ଅଷ୍ଟ୍ରେଲିଆର ପ୍ରସିଦ୍ଧ ରେଡ୍ କଙ୍ଗାରୁ ପାଇଁ ‘ଅଷ୍ଟ୍ରେଲିଆନ୍ ଆଡଭେଞ୍ଚର୍’ ନାମରେ ସ୍ୱତନ୍ତ୍ର ଏନକ୍ଲୋଜର୍ ପ୍ରସ୍ତୁତ ହୋଇଛି।
ରେଡ୍ କଙ୍ଗାରୁ ସହ ୪ ଆଫ୍ରିକୀୟ ଚିତା, ଜେବ୍ରା, ବ୍ଲୁ ୱାଇଲ୍ଡବିଷ୍ଟ ଓ ରେଡ୍ ପାଣ୍ଡା ମଧ୍ୟ ନନ୍ଦନକାନନକୁ ଆସିବେ। ଏହି ପ୍ରାଣୀମାନଙ୍କ ପାଇଁ ସ୍ୱତନ୍ତ୍ର ଏନକ୍ଲୋଜର୍ ନିର୍ମାଣ କରାଯାଇଛି।
ଅଗଷ୍ଟ ୧ ତାରିଖରେ ଏହି ପ୍ରାଣୀମାନଙ୍କୁ ଅନ୍ୟ ରାଜ୍ୟ ଓ ବିଦେଶରୁ ଆଣିବା ପାଇଁ ଏକ ସଂସ୍ଥା ସହ ସରକାରୀ ଚୁକ୍ତି ହୋଇଥିବା ସୂଚନା ରହିଛି । ନୂଆ ପ୍ରାଣୀଙ୍କ ଆଗମନ ପରେ ନନ୍ଦନକାନନରେ ବନ୍ୟପ୍ରାଣୀ ପ୍ରେମୀ ଓ ପର୍ଯ୍ୟଟକଙ୍କ ପାଇଁ ଆକର୍ଷଣ ଆହୁରି ବଢ଼ିବ।