ଗଞ୍ଜାମ : ପାରିବାରିକ କଳହର କରୁଣ ପରିଣାମ, ସ୍ବାମୀକୁ ପନିକିରେ ଆକ୍ରମଣ କଲା ସ୍ତ୍ରୀ। ଗଞ୍ଜାମ ଜିଲ୍ଲା କୋଦଳା ଥାନା ବାଦର୍ଖପଲ୍ଲୀ ଗାଁରେ ଘଟିଛି ଏହି ଅଭାବନୀୟ ଘଟଣା । ସ୍ତ୍ରୀର ପନିକି ଚୋଟରେ ସ୍ୱାମୀ ଗୁରୁତର ହୋଇଥିବା ସୂଚନା ମିଳିଛି ।
ସୂଚନା ଅନୁସାରେ, ପାରିବାରିକ କଥାକୁ ନେଇ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ କୌଣସି କାରଣରୁ ଝଗଡ଼ା ହୋଇଥିଲା । ତେବେ ଝଗଡ଼ା ଧୀରେ ଧୀରେ ଅଧିକ ବଢିବା ପରେ ନେବା ସ୍ତ୍ରୀ ଉତ୍ତ୍ୟକ୍ତ ହୋଇ ସ୍ୱାମୀଙ୍କୁ ପନିକିରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଆକ୍ରମଣରେ ସ୍ୱାମୀ କୃଷ୍ଣ ତାରିଣୀ ଗୁରୁତର ଆହତ ହୋଇଛନ୍ତି । ପରିବାର ଲୋକେ ତାଙ୍କୁ ତୁରନ୍ତ ଉଦ୍ଧାର କରି ଚିକିତ୍ସା ପାଇଁ ପ୍ରଥମେ ନିକଟସ୍ଥ ହସ୍ପିଟାଲକୁ ନେଇଥିଲେ ।ହେଲେ ତାଙ୍କ ଅବସ୍ଥା ଗୁରୁତର ଥିବାରୁ ପରେ ତାଙ୍କୁ ବ୍ରହ୍ମପୁରକୁ ସ୍ଥାନାନ୍ତର କରାଯାଇଛି । ଘଟଣା ପରେ ବାଦର୍ଖପଲ୍ଲୀ ଗାଁରେ ଚାଞ୍ଚଲ୍ୟ ଖେଳିଯାଇଛି । ଏପରି ହିଂସାକାଣ୍ଡର ପଛରେ ପ୍ରକୃତ କାରଣ କଣ, ସେନେଇ ତଦନ୍ତ ଆରମ୍ଭ ହୋଇଛି । ପୁଲିସ ଘଟଣାର ସମସ୍ତ ଦିଗରୁ ଯାଞ୍ଚ କରିବା ସହ ଘଟଣାର ପ୍ରକୃତ ତଥ୍ୟ ପୋଲିସ ତଦନ୍ତ ପରେ ହିଁ ସ୍ପଷ୍ଟ ହେବ ।