କଟକ : ବଦଳିଲେ ରେଭେନ୍ସାର ଚିଫ୍ ୱାର୍ଡେନ୍ । ରେଭେନ୍ସା ବିଶ୍ୱବିଦ୍ୟାଳୟ ହଷ୍ଟେଲ ବିବାଦକୁ ନେଇ ଚର୍ଚ୍ଚା ଲାଗି ରହିଥିବା ବେଳେ ଏହି ବଡ଼ ନିଷ୍ପତ୍ତି ନିଆଯାଇଛି । ରେଭେନ୍ସା ହଷ୍ଟେଲ୍ ଚିଫ୍ ଓ୍ୱାର୍ଡେନଙ୍କୁ ବଦଳି କରାଯାଇଛି । ସୁଦର୍ଶନ ମିଶ୍ରଙ୍କ ସ୍ଥାନରେ ପୂର୍ଣ୍ଣେନ୍ଦୁ ପାଢ଼ୀ ହୋଇଛନ୍ତି ନୂଆ ଚିଫ୍ ଓ୍ୱାର୍ଡେନ। ୨ ଜଣ ଡେପୁଟି ଚିଫ୍ ଓ୍ୱାର୍ଡେନ ମଧ୍ୟ ବଦଳି ହୋଇଛନ୍ତି । ଦୀପ୍ତି ରାଉତ ଓ ଦ୍ୱିତୀକୃଷ୍ଣ ବେହେରା ହେଲେ ନୂଆ ଡେପୁଟି ଚିଫ୍ ଓ୍ୱାର୍ଡେନ । ଏନେଇ ବିଶ୍ଵବିଦ୍ୟାଳୟର କୁଳ ସଚିବଙ୍କ କାର୍ଯ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।
ଏଥିସହ ବିଭିନ୍ନ ହଷ୍ଟେଲର ୱାର୍ଡେନ୍ ଓ ଡେପୁଟି ୱାର୍ଡେନ୍ ମଧ୍ୟ ବଦଳିଛନ୍ତି । ସେପଟେ ରେଭେନ୍ସା କୁଳପତି କହିଛନ୍ତି ଯେ ବଦଳି ହେଉଛି ବିଶ୍ୱବିଦ୍ୟାଳୟର ଏକ ସ୍ୱାଭାବିକ ପ୍ରକ୍ରିୟା । ନୂଆ ଅଭିଜ୍ଞ ଅଧ୍ୟାପକଙ୍କୁ ହଷ୍ଟେଲ ଦାୟିତ୍ୱ ଦିଆଯାଇଛି । ଯେଉଁମାନେ ହଷ୍ଟେଲ ଦାୟିତ୍ୱରୁ ବଦଳିଲେ ସେମାନେ ଆଗକୁ ମଧ୍ୟ ରେଭେନସା ପାଇଁ କାର୍ଯ୍ୟ କରିବେ।