ଭୁବନେଶ୍ୱର: ରାଜ୍ୟରେ ପୁଣି ବଦଳିଲା ପାଣିପାଗ। ଓଡ଼ିଶାର ୧୬ ଜିଲ୍ଲା ପାଇଁ ଆସନ୍ତା ୩ ଘଣ୍ଟା ଲାଗି ନୋ-କାଷ୍ଟ ସତର୍କତା ଜାରି କରିଛି ଭାରତୀୟ ପାଣିପାଗ ବିଭାଗ (IMD)। ଏହି ସମୟରେ କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା ସହ ଘଡ଼ଘଡ଼ି ଓ ବଜ୍ରପାତ ହେବାର ସମ୍ଭାବନା ରହିଛି।
ଦିନ ୧ଟା ୦୫ ମିନିଟ୍ରେ ଜାରି ହୋଇଥିବା ନୋ-କାଷ୍ଟ ସତର୍କତା ଅନୁସାରେ ସମ୍ବଲପୁର, କୋରାପୁଟ, ମୟୂରଭଞ୍ଜ, ଦେବଗଡ଼, ଅନୁଗୁଳ, ନୂଆପଡ଼ା, ବଲାଙ୍ଗୀର, ବାଲେଶ୍ୱର, ନୟାଗଡ଼, ବୌଦ୍ଧ, ଜଗତସିଂହପୁର, ଯାଜପୁର, ବରଗଡ଼, ଝାରସୁଗୁଡ଼ା, ମାଲକାନଗିରି ଓ କେନ୍ଦୁଝର ଜିଲ୍ଲାରେ ପାଗର ପରିବର୍ତ୍ତନ ହୋଇପାରେ।
ଏହି ସମୟରେ ବିଶେଷକରି ବଜ୍ରପାତ ସମୟରେ ଲୋକଙ୍କୁ ସତର୍କ ରହିବାକୁ IMD ପରାମର୍ଶ ଦେଇଛି। ଅତ୍ୟାବଶ୍ୟକ ନଥିଲେ ଖୋଲା ସ୍ଥାନକୁ ନଯିବା ସହ ପାଣିପାଗର ଗତିବିଧି ଉପରେ ନଜର ରଖିବାକୁ କୁହାଯାଇଛି।
ବର୍ଷା ସହ ଘଡ଼ଘଡ଼ି ଓ ବଜ୍ରପାତର ସମ୍ଭାବନା ଥିବାରୁ ପ୍ରଭାବିତ ଜିଲ୍ଲାର ଲୋକେ ସତର୍କ ରହିବା ଜରୁରୀ। ପରବର୍ତ୍ତୀ ପାଣିପାଗ ସୂଚନା ଓ ସ୍ଥାନୀୟ ପ୍ରଶାସନର ନିର୍ଦ୍ଦେଶ ଉପରେ ନଜର ରଖିବାକୁ ପରାମର୍ଶ ଦିଆଯାଇଛି।