କେନ୍ଦୁଝର : ଭୋକ ବିକଳରେ ଗାଁ ନିକଟ ଜଙ୍ଗଲ କୁ ଆସି ଜାଲ ରେ ଫସିଲେ ଦୁଇ ଛୁଆ ଭାଲୁ । କେନ୍ଦୁଝର ସଦର ରେଞ୍ଜ ଅନ୍ତର୍ଗତ ଚକ ନୁଆସାହି ନିକଟ ଗ୍ରାମ୍ୟ ଜଙ୍ଗଲରେ ଏକ ବାରହା ଫାଶରେ ଦୁଇଟି ଭାଲୁ ଛୁଆ ପଡ଼ିଥିବା ଦେଖିବାକୁ ମିଳିଥିଲା। ବନ ବିଭାଗ ତୁରନ୍ତ ଖବର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଭାଲୁ ଦୁଇଟିକୁ ଉଦ୍ଧାର କରି ସୁରକ୍ଷିତ ଭାବେ ଜଙ୍ଗଲରେ ଛାଡି ଦେଇଛନ୍ତି।
ବର୍ତମାନ ଚାଷ କାର୍ଯ୍ୟ ପ୍ରଚୁର ପରିମାଣରେ ହେଉଥିବା ଯୋଗୁଁ ଜଙ୍ଗଲି ଜନ୍ତୁ ସବୁ ଗାଁ ମୁହାଁ ହେଇଛନ୍ତି। ବନ୍ୟ ଜନ୍ତୁ କବଳରୁ ଫସଲକୁ ସୁରକ୍ଷା ଦେବା ପାଇଁ ଗାଁ ଲୋକେ ଏବେ ବନ୍ୟ ଜଙ୍କୁଙ୍କ ଚଲା ପଥରେ କେଉଁଠି ଫାସ ପକାଇ ତ କେଉଁଠି ଟ୍ରେଞ୍ଚ ଖୋଳି ବାଡ ଦେଇ ଅଟକାଇବାକୁ ଚେଷ୍ଟା କରୁଛନ୍ତି। ବନ୍ୟ ଜନ୍ତୁ ମଧ୍ୟ କଳେବଳେ କୌଶଳରେ ଫସଲ ଖାଇ ନିଜ ଜୀବନ ବଞ୍ଚାଇବାକୁ ଚେଷ୍ଟା କରୁଛନ୍ତି।
ସୂଚନା ଶୁକ୍ରବାର ଦୁଇଟି ଭାଲୁ ଖାଦ୍ୟ ଅନ୍ୱେଷଣରେ ଗାଁ ମୁହାଁ ହୋଇଥିବା ବେଳେ ବାରହା ଫାଶରେ ପଡ଼ି ଯାଇଥିଲେ। ବନ୍ୟ ଵିଭାଗ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଭାଲୁ ଦୁଇଟିକୁ ଟ୍ରାଙ୍କୁଲାଇଜ କରି ସୁରକ୍ଷିତ ଭାବେ ଜଙ୍ଗଲ ମଧ୍ୟରେ ଛାଡି ଦେଇଛନ୍ତି। ବନ ବିଭାଗ ଅଧିକାରୀଙ୍କ କହିବା କଥା ଭାଲୁ ଛୁଆ ଦୁଇଟି ଛଅ ସାତ ମାସର ହେବେ। ତାଙ୍କୁ ଏବେ ସୁରକ୍ଷିତ ଭାବେ ଉଦ୍ଧାର କରି ଜଙ୍ଗଲରେ ଛାଡି ଦିଆଯାଇଛି।