ନୂଆଦିଲ୍ଲୀ: କମେଡି ଶୋ' 'ଇଣ୍ଡିଆଜ୍ ଗଟ୍ ଲାଟେଣ୍ଟ୍'ରେ ବିବାଦୀୟ ମନ୍ତବ୍ୟ ଦେଇଥିବା ପୋଡ଼କାଷ୍ଟର୍ ରଣବୀର ଆହ୍ଲାବାଦିଆ ଓ ସମୟ ରୈନାଙ୍କୁ ସୁପ୍ରିମକୋର୍ଟରୁ ଆଶ୍ୱସ୍ତି ମିଳିଛି । ଉଭୟଙ୍କ ବିରୁଦ୍ଧରେ ଚାଲିଥିବା ସମସ୍ତ ମାମଲାକୁ ରଦ୍ଦ କରିବାକୁ ସର୍ବୋଚ୍ଚ ଅଦାଲତ ଶୁକ୍ରବାର ଶୁଣାଣିରେ ନିର୍ଦ୍ଦେଶ ଦେଇଛନ୍ତି ।
ଆଜିର ଶୁଣାଣି ସମୟରେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ ଉଭୟଙ୍କ ମନ୍ତବ୍ୟ ଉପରେ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ । କୋର୍ଟ ସ୍ପଷ୍ଟ ଭାବରେ କହିଥିଲେ ଯେ ଅଭିବ୍ୟକ୍ତିର ସ୍ୱାଧୀନତା କାହାକୁ ସାମାଜିକ ମାନଦଣ୍ଡ ଉଲ୍ଲଂଘନ କରୁଥିବା ଭାଷା ବ୍ୟବହାର କରିବାର ଲାଇସେନ୍ସ ପ୍ରଦାନ ଦେଇ ନାହିଁ । ତଥାପି ହତ୍ୟା ଧମକ ସମ୍ବନ୍ଧୀୟ ରିପୋର୍ଟକୁ ଦୃଷ୍ଟିରେ ରଖି, ସୁପ୍ରିମକୋର୍ଟ ସେମାନଙ୍କୁ ମଧ୍ୟବର୍ତ୍ତୀକାଳୀନ ଆଶ୍ୱସ୍ତି ପ୍ରଦାନ କରିବା ସହିତ ପୋଲିସ ସୁରକ୍ଷା ନେବାକୁ ଅନୁମତି ଦେଇଛନ୍ତି । ଶୁଣାଣି ସମୟରେ ସର୍ବୋଚ୍ଚ ଅଦାଲତ ସ୍ପଷ୍ଟ ଭାବରେ କହିଛନ୍ତି ଯେ ସାମାଜିକ ନୈତିକତା ସହିତ ଅଭିବ୍ୟକ୍ତିର ସ୍ୱାଧୀନତା ଏବଂ କୋର୍ଟଙ୍କ ନିର୍ଦ୍ଦେଶ ପାଳନରେ ସମନ୍ୱୟ ରଖିବେ । ତତସିହତ ନିୟମ ଅବମାନନା କରିବା ପାଇଁ ଜରିମାନା ମଧ୍ୟ ଧାର୍ଯ୍ୟ କରିଛନ୍ତି ।