କେନ୍ଦୁଝର: ପ୍ରବଳ ବର୍ଷାରେ କେନ୍ଦୁଝର ଜିଲ୍ଲା ଜୁଡିଆ ଘାଟିରେ ଭୂସ୍ଖଳନ ହୋଇଛି । ପଥର ଓ ମାଟି ଅତଡ଼ା ଧସିବାରୁ ୪୯ ନଂ ଜାତୀୟ ରାଜପଥ ସମ୍ପୂର୍ଣ୍ଣ ଅବରୋଧ ହୋଇଯାଇଛି । ଫଳରେ ଯାନାବାହାନ ଚଳାଚଳରେ ବାଧା ଉତ୍ପନ୍ନ ହୋଇଛି । ଘଟଣାକୁ ପ୍ରାୟ ୧୮ ଘଣ୍ଟା ବିତିଯାଇଥିଲେ ମଧ୍ୟ ରାସ୍ତାରୁ ପଥର ଓ ମାଟି ସଫେଇ କାମ ସମ୍ପୂର୍ଣ୍ଣ ହୋଇନଥିବା ଅଭିଯୋଗ ହୋଇଛି ।
ଗତକାଲି କେନ୍ଦୁଝରରେ ଲଘୁଚାପ ଜନିତ ଲଗାଣ ବର୍ଷା ଲାଗି ରହିଥିଲା । ଏହି ସମ୍ପୟରେ ଜୁଡ଼ିଆ ଘାଟିର ଏକାଧିକ ସ୍ଥାନରେ ଭୂ-ସ୍ଖଳନ ହୋଇଥିବା ସୂଚନା ଆସିଥିଲା । ଫଳରେ ଏନ୍ଏଚ୍-୪୯ର ଗୋଟିଏ ପାର୍ଶ୍ୱ ଅବରୋଧ ହୋଇଥିଲା । ଏ ନେଇ ସ୍ଥାନୀୟ ଲୋକେ ପ୍ରଶାସନକୁ ଖବର ଦେଇଥିଲେ । ମାତ୍ର ବର୍ଷା ଯୋଗୁଁ ରାସ୍ତା ସଫେଇ କାର୍ଯ୍ୟରେ ବିଳମ୍ବ ହୋଇଛି । ଫଳରେ ରାଜପଥର ଗୋଟିଏ ପାର୍ଶ୍ୱରେ ଯାତାୟାତ ବାଧାପ୍ରାପ୍ତ ହୋଇଛି । ରାସ୍ତାରେ ଅନ୍ୟଏକ ପାର୍ଶ୍ୱରେ ଗାଡ଼ି ଚଳାଚଳ କରୁଛି। ଫଳରେ ରାଜପଥରେ ଯାନବାହନ ଧୀରଗତିରେ ଚଳାଚଳ କରୁଥିବାରୁ ଟ୍ରାଫିକ୍ ସମସ୍ୟା ମଧ୍ୟ ଉତ୍ପନ୍ନ ହୋଇଛି ।