ଭୁବନେଶ୍ୱର : ୨୪ ଘଣ୍ଟା ଭିତରେ ପୋଲିସକୁ ମିଳିଛି ବଡ ସଫଳତା। ଗତକାଲି ଠାରୁ ଅପହୃତ ହୋଇଥିବା ବଲାଙ୍ଗିର ର ନରେନ୍ଦ୍ର ସାହୁ ଓରଫ୍ ଗୁଣ୍ଡା ସାହୁ ଭୁବନେଶ୍ବର ଖଣ୍ଡଗିରିରୁ ସୁରକ୍ଷିତ ଭାବେ ଉଦ୍ଧାର କରିଛି ପୋଲିସ। ବ୍ୟବସାୟକୁ ନେଇ ଅପହରଣ ଘଟଣାରେ ଜଣେ ମାଷ୍ଟର ମାଇଣ୍ଡକୁ ପୋଲିସ ଅଟକ ରଖିବା ସହ ଦୁଇଟି କାର ଓ ବନ୍ଧୁକ ଜବତ କରିଛି।
ବଲାଙ୍ଗିର ପୋଲିସ ଭୁବନେଶ୍ବର ଡିସିପି ୩ଟି ଟିମ୍ ଗଠନ କରି ଆଜି ଦିନ ତମାମ୍ ଖୋଜିଥିଲା। ଫଳରେ ଅପହୃତ ବ୍ୟବସାୟୀ ଗୁଣ୍ଡା ସାହୁ କୁ ଆଜି (ଶନିବାର) ସଂନ୍ଧ୍ୟା ୫ଟାରେ ଉଦ୍ଧାର କରିଛି ପୋଲିସ । ସୁରକ୍ଷିତ ଭାବରେ ଗୁଣ୍ଡା ସାହୁଙ୍କୁ ପୋଲିସ ଉଦ୍ଧାର କରିଥିବାରୁ ତାଙ୍କ ପୁଅ ଓ ହୋଟେଲ ବ୍ୟବସାୟୀ,ସାଙ୍ଗସାଥୀ ବଲାଙ୍ଗିର ପୋଲିସକୁ ଧନ୍ୟବାଦ ଜଣାଇଛନ୍ତି। ବଲାଙ୍ଗିରରେ ପ୍ରଥମ ଅପହରଣ ଘଟଣା ହୋଇଥିବାରୁ ପୋଲିସ ପାଇଁ ଚ୍ୟାଲେଞ୍ଚ ଥିଲା। କିନ୍ତୁ ଅପହରଣ ପରଠାରୁ ବିଭିନ୍ନ ଦିଗକୁ ନେଇ ପୋଲିସ ତଦନ୍ତ କରିଥିଲା। ଶେଷରେ ସୁରକ୍ଷିତ ଭାବରେ ଉଦ୍ଧାର ହୋଇଛନ୍ତି ବିଶିଷ୍ଟ ବ୍ୟବସାୟୀ ନରେନ୍ଦ୍ର ସାହୁ ।