ସିମୁଳିଆ : ପତାକା ଉତ୍ତୋଳନ ପୂର୍ବରୁ ଘଟିଲା ଅଘଟଣ। ବିଦ୍ୟୁତ ଆଘାତରେ ଚାଲିଗଲା ଶିକ୍ଷକଙ୍କ ଜୀବନ।
ସୂଚନା ଅନୁଯାୟୀ ବାଲେଶ୍ୱର ଜିଲା ସିମୁଳିଆ ବ୍ଲକ ମଇତାପୁର ଅଞ୍ଚଳରେ ପ୍ରତିଷ୍ଠିତ ରୟାଲ ହାଇସ୍କୁଲ ଓ ରୟାଲ ପବ୍ଲିକ ସ୍କୁଲ ନାମକ ଏକ ଘରୋଇ ଶିକ୍ଷା ଅନୁଷ୍ଠାନର କ୍ରୀଡା ଶିକ୍ଷକ ପ୍ରିୟବ୍ରତ ବେହେରା (୨୪)ଙ୍କର ବିଦ୍ୟୁତ ଆଘାତରେ ମୃତ୍ୟୁ ଘଟିଛି । ତାଙ୍କ ଘର ବାଲିଆପାଳ ଅଞ୍ଚଳରେ ବୋଲି ଜଣାପଡିଛି । ଶିକ୍ଷକ ଜଣକ ପତାକା ଉତ୍ତୋଳନ ପାଇଁ ପତାକା ଷ୍ଟାଣ୍ଡରେ ଲୁହା ପାଇପ ପୋତିବା ପାଇଁ ଆଣୁଥିବା ବେଳେ ଉପରେ ଯାଇଥିବା ବିଦ୍ୟୁତ ତାରରେ ପାଇପ୍ ଟି ଲାଗିଯାଇଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ଭଦ୍ରକ ମେଡିକାଲକୁ ନିଆଯାଇଥିଲେ ହେଁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ବିଦ୍ୟୁତ ଆଘାତରେ ଦୁଇଜଣ ଛାତ୍ର ମଧ୍ୟ ଆହତ ହୋଇଥିବାର ସୂଚନା ମିଳିଛି । ଶିକ୍ଷକଙ୍କ ମୃତ୍ୟୁକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।