ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକ ପଡିଆନାଲି ସ୍କୁଲରେ ସ୍ବାଧୀନତା ଦିବସ ପାଳନ ବେଳେ ଘଟିଛି ଅଘଟଣ। ହଠାତ ଅସୁସ୍ଥ ହୋଇପଡିଲେ ୯ ଜଣ ଛାତ୍ରୀ। ଅସ୍ବାଭିକ ଆଚରଣ ସହ ଛାତ୍ରୀମାନେ କାନ୍ଦିବା ଆରମ୍ଭ କଲେ। କିନ୍ତୁ ଏହି ଅସୁସ୍ଥ ଛାତ୍ରୀଙ୍କୁ ମେଡିକାଲ ନେଲେନି ଅଭିଭାବକ। ମେଡିକାଲ ପରିବର୍ତ୍ତେ ନିକଟସ୍ଥ ମହାମାୟୀ ମଣ୍ଡପକୁ ନେଇ ପୂଜାର୍ଚ୍ଚନା କରାଗଲା।
ସୂଚନା ଅନୁସାରେ ଆଜି ସ୍ୱାଧିନତା ଦିବସ ଅବସରରେ ପତାକା ଉତ୍ତଳନ ବେଳେ ଉକ୍ତ ଛାତ୍ରୀମାନେ ହଠାତ୍ ତଳେ ଗଡ଼ିଯାଇ ଅସ୍ବାଭାବିକ ଆଚରଣ ଦେଖାଉଥିଲେ। କାହାକୁ କିଛି ସ୍ପଷ୍ଟ ଭାବେ କହିପାରିଲେ ନାହିଁ ଏବଂ ସେମାନଙ୍କ ଶରୀରର ଅଙ୍ଗପ୍ରତ୍ୟଙ୍ଗ ଅସ୍ବାଭାବିକ ଭାବେ ଥରିବାକୁ ଲାଗିଲା। ଏଭଳି ଦୃଶ୍ୟ ଦେଖି ସ୍କୁଲରେ ଉପସ୍ଥିତ ଥିବା ଶିକ୍ଷକ ଏବଂ ଅଭିଭାବକମାନଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା । ଚିକିତ୍ସା ପାଇଁ ଡାକ୍ତରଖାନା ନେବା ବଦଳରେ ମହାମାୟୀ ମଣ୍ଡପରେ ଅଭିଭାବକ ପୂଜାର୍ଚ୍ଚନା କରିଥିଲେ ।