ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍ରେ ବାଂଲାଦେଶର ପ୍ରଥମ ଇନିଂସରେ ମାତ୍ର ୬୪ ରନରେ ଅଲଆଉଟ୍ ହୋଇଛି । । ଅଷ୍ଟ୍ରେଲିଆ ପାଇଁ ମିଚେଲ୍ ଷ୍ଟାର୍ଟ ସର୍ବାଧିକ ୱିକେଟ୍ ନେଇ ଏକ ନୂତନ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ଚଳିତ ବର୍ଷ (୨୦୨୬)ରେ ବାଂଲାଦେଶ ପ୍ରଥମ ଦଳ ହୋଇଛି, ଯିଏକି ଇନିଂସରେ ୧୦୦ ବା ତାହାଠାରୁ କମ୍ ସ୍କୋରରେ ଅଲ୍ଆଉଟ୍ ହୋଇଛି। ବାଂଲାଦେଶର ୭ ଜଣ ବ୍ୟାଟର ଦୁଇ ଅଙ୍କ ମଧ୍ୟ ଛୁଇଁପାରି ନଥିଲେ।
ସିରିଜର ଦ୍ୱିତୀୟ ମ୍ୟାଚ୍ରେ ଅଷ୍ଟ୍ରେଲିଆ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା ।। ମ୍ୟାଚ୍ର ପ୍ରଥମ ବଲ୍ରେ ହିଁ ଷ୍ଟାର୍ଟ ଶାଦମାନ ଇସ୍ଲାମଙ୍କ ୱିକେଟ୍ ନେଇଥିଲେ। ଏହାପରେ ବ୍ୟାଟ୍ସମ୍ୟାନ୍ମାନଙ୍କ ଆସିବା-ଯିବା ଲାଗି ରହିଥିଲା ଏବଂ ମାତ୍ର ୧୨ ରନ୍ ମଧ୍ୟରେ ବାଂଲାଦେଶର ଅଧା ଟିମ୍ ପାଭିଲିୟନ୍ ଫେରିସାରିଥିଲେ। ନିଜ ସ୍ପେଲ୍ର ଚତୁର୍ଥ ଓଭର ସୁଦ୍ଧା ଷ୍ଟାର୍ଟ ନିଜର ୫ ୱିକେଟ୍ ହଲ୍ ପୂର୍ା କରିସାରିଥିଲେ।
ସବୁଠାରୁ କମ୍ ସ୍କୋରର ରେକର୍ଡ
ବର୍ତ୍ତମାନ ସୁଦ୍ଧା ୨୦୨୬ ମସିହାରେ କୌଣସି ଟେଷ୍ଟ ପାଳିର ସବୁଠାରୁ କମ୍ ସ୍କୋରର ରେକର୍ଡ ବାଂଲାଦେଶ ନାମରେ ଯୋଡ଼ି ହୋଇଯାଇଛି। ଏଭଳି ପ୍ରଥମ ଦଳ ମଧ୍ୟ ହୋଇଛନ୍ତି, ଯିଏ ଚଳିତ ବର୍ଷ ୧୦୦ ରନ୍ରୁ କମ୍ ସ୍କୋରରେ ଅଲ୍ଆଉଟ୍ ହୋଇଛି। ଏହାପୂର୍ବରୁ ଏହି ତାଲିକାରେ ଶ୍ରୀଲଙ୍କା ଉପରେ ଥିଲା, ଯାହାକି ଜୁନ୍ ମାସରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ୧୦୧ ରନ୍ରେ ଅଲ୍ଆଉଟ୍ ହୋଇଥିଲା।
୬୪ ରନ୍ - ବାଂଲାଦେଶ (ବିପକ୍ଷ ଅଷ୍ଟ୍ରେଲିଆ)
୧୦୧ ରନ୍ - ଶ୍ରୀଲଙ୍କା (ବିପକ୍ଷ ୱେଷ୍ଟଇଣ୍ଡିଜ୍)
୧୧୨ ରନ୍ - ଆଫଗାନିସ୍ତାନ (ବିପକ୍ଷ ଭାରତ)
୧୧୩ ରନ୍ - ନ୍ୟୁଜିଲାଣ୍ଡ (ବିପକ୍ଷ ଇଂଲଣ୍ଡ)
ଏକ ସମୟରେ ବାଂଲାଦେଶ ଟିମ୍ର ଅବସ୍ଥା ଏତେ ଖରାପ ଥିଲା ଯେ ମାତ୍ର ୧୨ ରନ୍ ସ୍କୋରରେ ୫ଟି ୱିକେଟ୍ ପଡ଼ିସାରିଥିଲା। ପ୍ରଥମ ୬ ଜଣ ବ୍ୟାଟ୍ସମ୍ୟାନ୍ଙ୍କ ମଧ୍ୟରୁ ଚାରିଜଣ ଖାତା ମଧ୍ୟ ଖୋଲିପାରି ନଥିଲେ। ମିଚେଲ୍ ଷ୍ଟାକ ଘାତକ ବୋଲିଂ କରି ବାଂଲାଦେଶ ଇନିଂସର ବ୍ୟାଟିଂ ବିପର୍ଯ୍ୟୟ ଘଟାଇଥିଲେ । ଏହି ୫ ୱିକେଟ୍ ଅକ୍ତିକାର କରିଥିଲେ ।
୨୧ ରନ୍ ସ୍କୋରରେ ୬ଟି ୱିକେଟ୍ ପଡ଼ିସାରିଥିଲା ଏବଂ ୩୫-୪୦ ରନ୍ ମଧ୍ୟ କଷ୍ଟକର ମନେ ହେଉଥିଲା। ସୂଚନାଯୋଗ୍ୟ ଯେ ଟେଷ୍ଟ ପାଳିରେ ସବୁଠାରୁ କମ୍ ସ୍କୋରରେ ଅଲ୍ଆଉଟ୍ ହୋଇଥିବା ଟିମ୍ ହେଉଛି ନ୍ୟୁଜିଲାଣ୍ଡ, ଯାହାକି ଇଂଲଣ୍ଡ ବିପକ୍ଷରେ ମାତ୍ର ୨୬ ରନ୍ରେ ସିମିତି ଯାଇଥିଲା। ବାଂଲାଦେଶ ପାଇଁ ଶେଷ ୪ଟି ୱିକେଟ୍ ୪୩ ରନ୍ ଯୋଡ଼ିଥିଲା ଏବଂ ବାଂଲାଦେଶକୁ ସବୁଠାରୁ କମ୍ ସ୍କୋରରେ ଅଲ୍ଆଉଟ୍ ହେବାରୁ ରକ୍ଷା କରିଥିଲା।
ଷ୍ଟାର୍ଟ ରଚିଲେ ଇତିହାସ
ମିଚେଲ୍ ଷ୍ଟାର୍ଟ ପାଳିରେ ମୋଟ ୬ଟି ୱିକେଟ୍ ହାସଲ କରିଛନ୍ତି। ତାଙ୍କର ବର୍ତ୍ତମାନ ଟେଷ୍ଟ କ୍ରିକେଟ୍ରେ ୪୪୧ଟି ୱିକେଟ୍ ହୋଇଯାଇଛି ଏବଂ ଏହି ମୁକାବିଲାରେ ସେ ଡେଲ୍ ଷ୍ଟେନ୍ଙ୍କ ୪୩୯ ଟେଷ୍ଟ ୱିକେଟ୍ ନେବାର ରେକର୍ଡକୁ ପଛରେ ପକାଇ ଦେଇଛନ୍ତି। ଏହାଛଡ଼ା ସେ ଅନ୍ତର୍ଜାତୀୟ କ୍ରିକେଟ୍ରେ ସର୍ବାଧିକ ୱିକେଟ୍ ନେବା ମାମଲାରେ ରବିଚନ୍ଦ୍ରନ ଅଶ୍ୱନୀ (୭୬୫ ୱିକେଟ୍)ଙ୍କ ଟପିଛନ୍ତି । ଷ୍ଟାର୍ଟଙ୍କର ବର୍ତ୍ତମାନ ୭୬୭ଟି ୱିକେଟ୍ ହୋଇଯାଇଛି।