କଲମ୍ବୋ: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଆଜି ଠାରୁ ଦ୍ବିତୀୟ ତଥା ଶେଷ ଟେଷ୍ଟ ମ୍ୟାଚ୍ ଖେଳାଯାଉଛି। କଲମ୍ବୋର ସିଂହଳୀ ସ୍ପୋର୍ଟସ କ୍ଲବରେ ଏହି ମୁକାବିଲା ହୋଇଛି। ଭାରତ ଟସ୍ ଜିଣି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି। ଏହି ମୁକାବିଲାରେ ୩୩ ବର୍ଷୀୟ ସାରାଂଶ ଜୈନ ପଦାର୍ପଣ କରିଛନ୍ତି। ତାଙ୍କୁ ରବୀନ୍ଦ୍ର ଜାଡ଼େଜା ଡେବ୍ୟୁ କ୍ୟାପ୍ ପିନ୍ଧାଇଛନ୍ତି।
ଭାରତୀୟ ଦଳ: ଯଶସ୍ୱୀ ଜୟସ୍ବାଲ, କେ.ଏଲ୍ ରାହୁଲ, ଦେବଦତ୍ତ ପଡ୍ଡିକଲ, ଶୁବମାନ ଗିଲ (ଅଧିନାୟକ), ଋଷଭ ପନ୍ତ (ୱିକେଟରକ୍ଷକ), ରବୀନ୍ଦ୍ର ଜାଡେଜା, ଧ୍ରୁବ ଜୁରେଲ, ସାରାଂଶ ଜୈନ, ମନଭ ସୂତାର, ମହମ୍ମଦ ସିରାଜ, ପ୍ରସାଦ କୃଷ୍ଣ
ସୂଚନାଯୋଗ୍ୟ, ଭାରତୀୟ ଟିମ୍ ପ୍ରଥମ ଟେଷ୍ଟରେ ଶ୍ରୀଲଙ୍କାକୁ ୧୬୫ ରନ୍ରେ ପରାସ୍ତ କରିଥିଲା। ସେହି ମୁକାବିଲା ଗଲ୍ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯାଇଥିଲା। ଏବେ ଭାରତୀୟ ଟିମ୍ ଦ୍ବିତୀୟ ମୁକାବିଲାରେ ଭଲ ପ୍ରଦର୍ଶନ କରି ଶୃଙ୍ଖଳା ମୂଳପୋଚ୍ଛ କରିବାକୁ ଚାହିଁବ। ଅନ୍ୟପଟରେ ଘରୋଇ ଦଳ ମଧ୍ୟ ଅନ୍ତିମ ପ୍ରୟାସ କରି ଶୃଙ୍ଖଳାକୁ ସମାନସ୍ତରକୁ ଆଣିବାକୁ ଚେଷ୍ଟା କରିବ।
ଅଧିକ ପଢ଼ନ୍ତୁ: କଲୋମ୍ବୋରେ କ୍ଲିନ୍ ସୁଇପ୍ ଲକ୍ଷ୍ୟରେ ଭାରତ