ପାରାଦୀପ: ଆସନ୍ତା ୪ ତାରିଖରୁ ପାରାଦୀପର କଳିଙ୍ଗ ବାଲିଯାତ୍ରା ଆରମ୍ଭ ହେବ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଏହାକୁ ଉଦଘାଟନ କରିବେ । ସେହିପରି ଉଦଯାପନୀ ଉତ୍ସବରେ ମାନ୍ୟବର ରାଜ୍ୟପାଳ ଡାକ୍ତର ହରିବାବୁ କମ୍ଭମପାଟି ମୁଖ୍ୟ ଅତିଥିରୂପେ ଯୋଗ ଦେବେ । ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ସୂଚନା ଦେଇଛନ୍ତି । ଚଳିତ ବର୍ଷ କଳିଙ୍ଗ ବାଲିଯାତ୍ରା ନଭେମ୍ବର ୪ରୁ ୧୦ ତାରିଖ ଯାଏଁ ଚାଲିବ । ପାରାଦୀପ ବେଳାଭୂମିରେ ବାଲିଯାତ୍ରା ଆୟୋଜିତ ହେବ ।
ସାତଦିନ ଧରି କଳିଙ୍ଗ ବାଲିଯାତ୍ରା ଆୟୋଜନ ହେବାକୁ ଥିବାବେଳେ ଓଡିଶାର ନାମିଦାମୀ କଳାକାରମାନଙ୍କ ସହିତ ଜାତୀୟ ସ୍ତରର ଖ୍ୟାତିସମ୍ପନ୍ନ କଳାକାର ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ନେଇ କହିଛନ୍ତି ଶିଳ୍ପମନ୍ତ୍ରୀ l ଚଳିତ ବାଲିଯାତ୍ରା ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିଵା ସହିତ କିପରି କଳିଙ୍ଗ ବାଲିଯାତ୍ରା ଲୋକଙ୍କ ମନ ମୋହିବ ଏ ନେଇ ସମସ୍ତ ପ୍ରୟାସ ସରିଥିବା କହିଛନ୍ତି ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ l
ଏଠାରେ ଉଲ୍ଲେଖ ଯୋଗ୍ୟ, ବିଶ୍ୱ ପ୍ରସିଦ୍ଧ ଐତିହାସିକ କଟକ ବାଲିଯାତ୍ରା ନଭେମ୍ବର ୫ ତାରିଖରୁ ଆରମ୍ଭ ହେବ । ଉଭୟ ତଳ ଓ ଉପର ପଡ଼ିଆରେ ବାଲିଯାତ୍ରା ହେବ । ପ୍ରାୟ ୭୦ ଲକ୍ଷ ଜନସମାଗମ ହେବାର ସମ୍ଭାବନା ରହିଛି ।