ଭୁବନେଶ୍ବର: ଗୋଟିଏ ନୁହେଁ ବଙ୍ଗୋପସାଗରରେ ଲଗାତର ସୃଷ୍ଟି ହେବ ୩ଟି ଲଘୁଚାପ । ଏନେଇ ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ପାଣିପାଗ ବିଜ୍ଞାନୀ ଶରତ ସାହୁ ସାମ୍ଭାବ୍ୟ ଲଘୁଚାପ ନେଇ ଆକଳନ କରିଛନ୍ତି ।
ପାଣିପାଗ ବିଭାଗ ସୂଚନା ଅନୁଯାୟୀ ଆଜି ମଙ୍ଗଳବାର ଗୋଟିଏ ସୃଷ୍ଟି ହୋଇଛି, ଆସନ୍ତା ୨୬ ବେଳକୁ ଦ୍ବିତୀୟ ,୨୯ ବେଳକୁ ୩ୟ ଲଘୁଚାପ ହେବ । ତେବେ ବର୍ତ୍ତମାନ ସୃଷ୍ଟି ହୋଇଥିବା ଲଘୁଚାପ ବେଶୀ ଘନୀଭୂତ ହୋଇ ନ ପାରେ ବୋଲି ଆଶଙ୍କା କରାଯାଇଛି। ତଥାପି ଦକ୍ଷିଣ ଓଡ଼ିଶା ଜିଲାମାନଙ୍କରେ ଅଧିକ ବର୍ଷା ହୋଇପାରେ। ଆସନ୍ତା ୨୬ କିମ୍ବା ୨୭ ତାରିଖ ବେଳକୁ ଯେଉଁ ସିଷ୍ଟମ ସୃଷ୍ଟି ହେବ ଅଧିକ ଘନୀଭୂତ ସମ୍ଭାବନା ରହିଛି। ପ୍ରଥମଟିର ବେଶୀ ପ୍ରଭାବ ନ ପଡ଼ିପାରେ, ଦ୍ବିତୀୟର ପ୍ରଭାବ ବେଶୀ ରହିବ ବୋଲି ଆକଳନ କରାଯାଇଛି । ତେବେ ୩ଟି ଲଘୁଚାପ ନେଇ IMD ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ଦିଆଯାଇ ନାହିଁ।