ଅନୁଗୁଳ: ଦୀପାବଳିରେ ଘଟିଯାଇଛି ଅଘଟଣ । ବାଣ ଫୁଟାଇବା ବେଳେ ଅନୁଗୁଳ ଜିଲ୍ଲା ସମଲ ଥାନା ସିପୁର ଗାଁରେ ଦେଖାଦେଇଛି ଗୋଟିଏ ଅଭାବନୀୟ ଘଟଣା। ବାଣ ଫୁଟଉଥିବା ସମୟରେ ବାପା ଗୁରୁତର ଆହତ ହୋଇଥିବା ବେଳେ ପୁଅର ମୃତ୍ୟୁ ହୋଇଛି।
ସୂଚନା ଅନୁସାରେ, ,ଗୁରୁତର ବାପା ହେଉଛନ୍ତି ପ୍ରମୋଦ ପ୍ରଧାନ ଏବଂ ମୃତକ ଜଣକ ହେଉଛନ୍ତି ତାଙ୍କ ପୁଅ ସରୋଜ ପ୍ରଧାନ। ପ୍ରମୋଦଙ୍କ ହାତ ଛିଣ୍ଡି ଯାଇଥିବାରୁ ତାଙ୍କୁ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି। ସରୋଜ ଓ ତାଙ୍କ ଭାଇଙ୍କ ମଧ୍ୟରେ କଳହ ଲାଗୁଥିବାବେଳେ ସରୋଜ ଦେଶୀ ବାଣକୁ ହାତରେ ଧରି ଡରାଉଥିଲେ। ଏହି ସମୟରେ ସରୋଜଙ୍କ ହାତରେ ବାଣ ଫୁଟିଯାଇଥିଲା । ବାଣ ଛଡାଇବାକୁ ଯାଇ ପ୍ରମୋଦ ଗୁରୁତର ଆହତ ହୋଇଛନ୍ତି।