ଭୁବନେଶ୍ୱର: ଆଜିଠୁ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ସମ୍ଭାବନା ରହିଛି । ବଙ୍ଗୋପସଗାରରେ ଦାନା ବାନ୍ଧୁଛି ଲଘୁଚାପ, ଯାହାର ପ୍ରଭାବରେ ରାଜ୍ୟରେ ବର୍ଷା ହେବ । ବଙ୍ଗୋପସଗାରରେ ଲଘୁଚାପ ଘନୀଭୂତ ହୋଇ ଅବପାତର ରୂପ ନେଇପାରେ ବୋଲି ସୂଚନା ମିଳିଛି । ଆଜିଠାରୁ ରାଜ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି । ଅଧାରୁ ଅଧା ଜିଲ୍ଲାରେ ବର୍ଷା ପାଇଁ ସତର୍କ ସୂଚନା ଦିଆଯାଇଛି । ଦକ୍ଷିଣ ଓଡ଼ିଶା ସମେତ ଉପକୂଳ ଓଡ଼ିଶାରେ ବର୍ଷା ସମ୍ଭାବନା ରହିଛି । ଆସନ୍ତା ୨୪ରୁ ୨୬ ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା ଆଶଙ୍କା କରାଯାଉଛି । ୩୦ରୁ ୪୦ କିଲୋମିଟର ବେଗରେ ପବନ ମଧ୍ୟ ବହିବାର ସମ୍ଭାବନା ରହିଛି । ପୁଣି ରାଜ୍ୟରେ ଲଘୁଚାପ ପ୍ରଭାବ ବର୍ଷାରେ ଜାରି ରହିବ ।
ଅନ୍ୟପଟେ ବାତ୍ୟା ଭୟ ସମସ୍ତଙ୍କୁ ଭୟଭୀତ କରୁଛି । ଏପର୍ଯ୍ୟନ୍ତ ବାତ୍ୟା ନେଇ ଆଇଏମଡି ପକ୍ଷରୁ କିଛି ଆକଳନ କରାଯାଇନାହିଁ । ବିଭିନ୍ନ ମଡେଲ ବାତ୍ୟା ଆଶଙ୍କା ଓ ସ୍ଥଳଭାଗ ଛୁଇଁବା ନେଇ ଭିନ୍ନ ଭିନ୍ନ ଆକଳନ କରୁଛନ୍ତି ।