ପୁରୀ: ଆଜି ପବିତ୍ର ଦୀପାବଳୀ । ଏହି ଅବସରରେ ପୁରୀ ବେଳାଭୂମିରେ ମାଆ କାଳୀଙ୍କ ବିଶାଳ ବାଲୁକା କଳା ତିଆରି ହୋଇଛି । ଦୀପାବଳୀ ଉପଲକ୍ଷେ ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଏକ ସୁନ୍ଦର ବାଲୁକା କଳା ନିର୍ମାଣ କରି ସମସ୍ତଙ୍କୁ ଦୀପାବଳୀର ଅଭିନନ୍ଦନ ଜଣାଇଛନ୍ତି ।
ଏହି କଳାକୃତି ପାଇଁ ୬ଟନ ବାଲି ବ୍ୟବହାର କରାଯାଇଥିବା ବେଳେ ପ୍ରାୟ ୧ ହଜାର ମାଟି ଦୀପର ବ୍ୟବହାର କରାଯାଇଛି । ଯାହାକୁ ଦେଖିବା ପାଇଁ ପୁରୀ ବେଳାଭୂମିରେ ପର୍ଯ୍ୟଟକଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଛି । ଖାଲି ସେତିକି ନୁହେଁ, ଏହି ବାଲୁକା କଳା ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦୀଙ୍କ ଆତ୍ମନିର୍ଭର ଭାରତର ବାର୍ତା ମଧ୍ୟ ପ୍ରଦାନ କରାଯାଇଛି । ଏହାସହିତ ସବୁଜ ବାଣ ଫୁଟାଇବା ସହିତ ସୁରକ୍ଷିତ ଭାବେ ବାଣ ଫୁଟାଇବାକୁ ସୁଦର୍ଶନ ପଟ୍ଟନାୟକ ଅନୁରୋଧ କରିଛନ୍ତି ।