ପୁରୀ : ଶ୍ରୀମନ୍ଦିର ନୀଳଚକ୍ର ଉପରେ ପୁଣି ବସିଲା ଚିଲ । ରବିବାର ଅପରାହ୍ନରେ ଶ୍ରୀମନ୍ଦିରର ନୀଳଚକ୍ର ଉପରେ ଗୋଟିଏ ଚିଲ ବସିଥିବା ଦେଖିବାକୁ ମିଳିଥିଲା । ପତିତପାବନ ବାନା ପରିବର୍ତ୍ତନସପୂର୍ବରୁ ନୀଳଚକ୍ର ଉପରେ ଚିଲ ବସିଥିବା ଦେଖି ଶ୍ରଦ୍ଧାଳୁଙ୍କ ମନରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା । ତେବେ ଶ୍ରୀମନ୍ଦିର ନୀଳଚକ୍ର ଉପରେ ଚିଲ ବସିବା ନେଇ ମହାପ୍ରଭୁ କିଛି ସଙ୍କେତ ଦେଉଛନ୍ତି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । କିଛି ସମୟ ଧରି ଶ୍ରୀମନ୍ଦିର ନୀଳଚକ୍ର ଉପରେ ଚିଲ ବସିପରବର୍ତ୍ତୀ କିଛି ସମୟରେ ଚିଲଟି ଉଡ଼ି ଯାଇଥିବା ଦେଖିବାକୁ ମିଳିଥିଲା।
ପୂର୍ବରୁ ମଧ୍ଯ ଅନେକ ସମୟରେ ଶ୍ରୀମନ୍ଦିର ଉପରେ ଚିଲ ବସୁଥିବା ଦେଖିବାକୁ ମିଳିଛି । କେହି ଏହାକୁ ଶୁଭ ସଙ୍କେତ ବୋଲି କହିଥାନ୍ତି ତ କେହି ଏହା ଅଶୁଭ ସଙ୍କେତ ବୋଲି ମନେ କରିଥାନ୍ତି ।