ଭୁବନେଶ୍ୱର: ଆଜି ପବିତ୍ର ଦୀପାବଳି। ତେଣୁ ଉତ୍ସବ ମୁଖର ଗାଁ ଠୁ ସହର। ତେବେ ସକାଳୁ ସକାଳୁ ଅନେକ ସ୍ଥାନରେ ଦୀପାବଳିକୁ ବେଶ ଧୂମଧାମରେ ପାଳନ କରିଛନ୍ତି ଲୋକେ। ଦୀପାବଳି ପାଳନକୁ ଦୃଷ୍ଟିରେ ରଖି ଆଜି ଅପରାହ୍ନ ୩ ଟା ପରେ ଆମା ବସ୍ ସେବା ଉପଲବ୍ଧ ହେବ ନାହିଁ। ଏ ନେଇ କ୍ୟାପିଟାଲ ରିଜିଅନ୍ ଅର୍ବାନ୍ ଟ୍ରାନ୍ସପୋର୍ଟ ସେ ନିଜର ଏକ୍ସ ହ୍ୟାଣ୍ଡେଲରେ ସୂଚନା ଦେଇଛି। ଏହାସହିତ ହେଲ୍ପଲାଇନ୍ ସେବା ମଧ୍ୟ ଅପରାହ୍ନ ୩ ଟା ପର୍ଯ୍ୟନ୍ତ ଉପଲବ୍ଧ ରହିବ।
ତେବେ ହଜାର ହଜାର ଲୋକ ନିୟମିତ ଭାବରେ ଯାତ୍ରା କରିବା ପାଇଁ ଆମା ବସ୍ ସେବା ବ୍ୟବହାର କରନ୍ତି।ସାର୍ବଜନୀନ ପରିବହନ ସୁବିଧା ପାଇଁ ଲୋକମାନେ ପସନ୍ଦ ଆମ ବସ।ଆସନ୍ତାକାଲି ଅର୍ଥାତ ଅକ୍ଟୋବର ୨୧ ତାରିଖରେ ପୁଣି ନିୟମିତ ଭାବେ ଆମ ବସ ସେବା ଆରମ୍ଭ ହେବ। ପୁନର୍ବାର ପୁଣି ଯେଉଁ ସମୟରେ ଯାତ୍ରୀ ଯାଉଥିଲେ ସେହି ସମୟରେ ସେମାନେ ପୁଣି ଯାତ୍ରା କରିବେ।