ଭୁବନେଶ୍ବର ଭଳି କଟକରେ ମଧ୍ଯ ବାଣଫୁଟା ପାଇଁ ୨ ଘଣ୍ଟା ଅନୁମତି ପ୍ରଦାନ କରାଯାଇଛି। ଦୀପାବଳିରେ ରାତି ୯ଟା ପରେ କଟକ ସହରରେ ବାଣ ଫୁଟାଉଥିବା ଲୋକଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କମିଶନରେଟ୍ ପୋଲିସ ଚେତାବନୀ ଦେଇଛି।ସହରବାସୀଙ୍କୁ କେବଳ ସନ୍ଧ୍ୟା ୭ଟାରୁ ରାତି ୯ଟା ମଧ୍ୟରେ ବାଣ ଫୁଟାଇବାକୁ ଅନୁମତି ଦିଆଯାଇଛି। ଏଥିସହିତ କାଳୀ ପୂଜା ମଣ୍ଡପ ଏବଂ ସମ୍ବେଦନଶୀଳ ଅଞ୍ଚଳରେ ପୋଲିସ ଉପସ୍ଥିତିକୁ କଡ଼ାକଡ଼ି କରାଯିବ ବୋଲି କଟକ ଡିସିପି ଋଷିକେଶ ଖିଲାରୀ କହିଛନ୍ତି।
ସେହିପରି ସହରବାସୀଙ୍କୁ ନିର୍ଦ୍ଧାରିତ ସମୟ ଏବଂ ସୁରକ୍ଷା ନିର୍ଦ୍ଦେଶାବଳୀ ପାଳନ କରିବାକୁ ଅନୁରୋଧ କରାଯାଇଛି। ଲୋକମାନେ ପିଲାମାନଙ୍କଠାରୁ ଦୂରରେ ବାଣ ରଖିବା ଏବଂ କେବଳ ସୁରକ୍ଷିତ, ଖୋଲା ସ୍ଥାନରେ ବାଣ ଫୁଟାଇବା ଉଚିତ ବୋଲି ପରାମର୍ଶ ଦିଆଯାଇଛି।ତେବେ ଏହି ନିର୍ଦ୍ଦେଶାବଳୀ ଉଲ୍ଲଂଘନ କରୁଥିବା ଲୋକଙ୍କ ବିରୁଦ୍ଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡିସିପି ସୂଚନା ଦେଇଛନ୍ତି ।