ପୁରୀ: ମଝି ଚିଲିକାରେ ଫସିଲା ଡଙ୍ଗା। କୃଷ୍ଣପ୍ରସାଦ ନିକଟରେ ମଝି ଚିଲିକାରେ ଫସିରହିଛି ଏକ ଯାତ୍ରୀବାହୀ ଡଙ୍ଗା। ମହିଷାକୁଦ ନିକଟରେ ରବିବାର ଘଣ୍ଟାଏରୁ ଅଧିକ ସମୟ ହେବ ଡଙ୍ଗାଟି ଅଟକି ରହିଥିବା ସୂଚନା ରହିଛି । ତେବେ ୪୦ ଯାତ୍ରୀଙ୍କୁ ନେଇ ଡଙ୍ଗାଟି ଜହ୍ନିକୁଦାରୁ ସାତପଡ଼ା ଯାଉଥିବା ସମୟରେ ଯାନ୍ତ୍ରିକ ତ୍ରୁଟି ଯୋଗୁ ଫସି ରହିଛି। ଯାତ୍ରୀଙ୍କୁ ସୁରକ୍ଷିତ ଉଦ୍ଧାର ପାଇଁ ଚେଷ୍ଟା ଜାରିରହିଛି।